“ଗେନ୍ଦା ଫୁଲ’ ଗୀତର ପ୍ରକୃତ ଲେଖକଙ୍କୁ ବାଦଶାହ ବଢାଇଲେ ସହାୟତାର ହାତ, ଆକାଉଣ୍ଟକୁ ଦେଲେ ଏତିକି ଲକ୍ଷ ଟଙ୍କା

ବଲିଉଡ ଲୋକପ୍ରିୟ ର‌୍ୟାପର ବାଦଶାହଙ୍କ ନୂଆ ଗୀତ “ଗେନ୍ଦା ଫୁଲ ‘କୁ ବିବାଦ ଉପୁଜିଥିଲା । ଏହି ଗୀତ ଚୋରି ହୋଇଥିବା ନେଇ ଗୀତର ପ୍ରକୃତ ଲେଖକ ଦାବି କରିଥିଲେ । ବାଦଶାହ ଏହି ଗୀତରେ ବଙ୍ଗାଳି ଲୋକଗୀତର କିଛି ଲେଖାକୁ ସ୍ଥାନ ଦେଇଥିଲେ । ଯାହାକୁ ସ୍ୱପ୍ନା ଚକ୍ରବର୍ତ୍ତୀ ଗାଇଥିଲେ । କିନ୍ତୁ ଏହି ଗୀତର ପ୍ରକୃତ ଲେଖକ ରତନ କହାରଙ୍କୁ କୌଣସି କ୍ରେଡିଟ୍‍ ଦେଇଥିଲେ । ଏହି ଘଟଣା ସାମ୍ନାକୁ ଆସିବା ପରେ ବାଦଶାହ ରତନଙ୍କ ଆକାଉଣ୍ଟକୁ ୫ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି ।

bahh

ବାଦଶାହ କହିଛନ୍ତି, ସେ ରତନଙ୍କୁ ସମ୍ପର୍କ କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ଲକ୍‍ଡାଉନ ଯୋଗୁଁ ତାଙ୍କୁ କୌଣସି ସଂପର୍କ ହୋଇପାରିନଥିଲା । ରତନଙ୍କ ଆର୍ଥିକ ସ୍ଥିତି ଭଲ ନଥିବାରୁ ବାଦଶାହ ତାଙ୍କୁ ଏପରି ସହାୟତା କରିଛନ୍ତି । ରତନ ଏପର୍ଯ୍ୟନ୍ତ ଗରିବ ଭାବେ ଜୀବନ ବିତାଉଛନ୍ତି । ଖବର ମୁତାବକ, ବାଦଶାହ ଟିମ ରତନଙ୍କ ଆକାଉଣ୍ଟକୁ ୫ ଲକ୍ଷ ଟଙ୍କା ସହାୟତା କରିଛନ୍ତି । ବାଦଶାହଙ୍କ ଏହି ଗୀତକୁ ଲୋକେ ବହୁତ ପସନ୍ଦ କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.