Below header

ସାଇକେଲରେ ସୁଟିଂସେଟ୍‌ରେ ପହଞ୍ଚିଲେ ରକୁଲପ୍ରୀତ ସିଂହ, କିଛି ଦିନ ତଳେ କରୋନାରୁ ହୋଇଛନ୍ତି ସୁସ୍ଥ; ଦେଖନ୍ତୁ ଭିଡିଓ

ବଲିଉଡ୍‌ ଅଭିନେତ୍ରୀ ରକୁଲ ପ୍ରୀତ ସିଂହ ସାଇକେଲ ଚଲାଇ ସୁଟିଂ ସେଟ୍‌ରେ ପହଞ୍ଚିଛନ୍ତି। ସାଇକେଲ ଚଲାଇବା ବେଳର ଭିଡିଓକୁ ରକୁଲ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ପୋଷ୍ଟ କରିଛନ୍ତି। ଭିଡିଓରେ ସେ ସାଇକେଲ ଚଲାଉଥିବା ବେଳେ କାରରେ କେହି ଜଣେ ତାଙ୍କର ଭିଡିଓ ସୁଟିଂ କରୁଛନ୍ତି। ଏହି ସାଇକେଲ ଚଲାଇବାକୁ ରକୁଲ ନିଜ ଜିମ୍‌ ସମୟ ବୋଲି କହିଛନ୍ତି।

ରକୁଲପ୍ରୀତ ଭିଡିଓରେ କ୍ୟାପସନ୍‌ ଦେଇଛନ୍ତି, ‘ମୁଁ କହିବାକୁ ଚାହୁଁଛି ଯେ ସମୟ ବଞ୍ଚାଇବା ପାଇଁ ମୁଁ ସାଇକେଲ ବ୍ୟବହାର କରିଛି। ୧୨ କିଲୋମିଟର’। ରକୁଲଙ୍କ କ୍ୟାପସନ୍‌ରୁ ବୁଝାପଡ଼ୁଛି ଯେ ସେ ୧୨ କିଲୋମିଟର ସାଇକେଲିଂ କରି ସୁଟିଂସେଟ୍‌ରେ ପହଞ୍ଚିଛନ୍ତି।

 

View this post on Instagram

 

A post shared by Rakul Singh (@rakulpreet)


ରକୁଲପ୍ରୀତ ସିଂହ ଏବେ ଫିଲ୍ମ ‘ମେଡେ’ର ସୁଟିଂ ଆରମ୍ଭ କରିଛନ୍ତି। ଏହି ଫିଲ୍ମରେ ତାଙ୍କ ସହ ଅମିତାଭ ବଚ୍ଚନ, ଅଜୟ ଦେବଗନ୍‌ ଓ ଅଙ୍ଗିରା ଧର ମଧ୍ୟ ନଜର ଆସିବେ। ଏପ୍ରିଲ ୨୯ ତାରିଖରେ ଫିଲ୍ମଟି ପ୍ରେକ୍ଷାଳୟକୁ ଆସିବ ବୋଲି କୁହାଯାଉଛି।

ସୂଚନାଯୋଗ୍ୟ ଯେ କିଛି ଦିନ ତଳେ ରକୁଲପ୍ରୀତ ସିଂହ ନିଜ ଟ୍ଵିଟରରେ ଟ୍ଵିଟ୍‌ କରି କହିଥିଲେ ଯେ ସେ କରୋନା ପଜିଟିଭ୍‌। ଏଣୁ ସେ ନିଜକୁ ଆଇସୋଲେଟ୍‌ କରୁଛନ୍ତି। ଏହାର କିଛି ଦିନ ପରେ ସେ ସୁସ୍ଥ ହୋଇଥିବା ନେଇ ସୂଚନା ଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.