କାମାକ୍ଷାନଗର: ରାମିଆଳ ସେତୁ ନିକଟରେ ଓଲଟିଲା ଯାତ୍ରୀବାହୀ ବସ୍‌, ଜଣେ ଆହତ

କାମାକ୍ଷାନଗର: କାମାକ୍ଷାନଗର ଓଲଟିଲା ଯାତ୍ରୀବାହୀ ବସ୍‌ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଆଳତୁମା ରାମିଆଳ ସେତୁ ନିକଟରେ ବସ୍‌ ଓଲଟି ପଡିଥିବାବେଳେ ଏହି ଦୁର୍ଘଟଣାରେ ଜଣେ ଆହତ ହୋଇଥିବା ଜଣାପଡିଛି ।

ତାଙ୍କୁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଛି। ରାମଜୀ ନାମକ ଏକ ଘରୋଇ ବସ୍‌ ରାଉରକେଲାର ବାଲେଶ୍ୱର ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ଥ ହୋଇଛି । ରାମିଆଳ ବ୍ରିଜ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ବସ୍‌ରେ ମୋଟ ୨୦ରୁ ୨୫ଜଣ ଯାତ୍ରୀ ଥିବା ସୂଚନା ମିଳିିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.