Below header

ରଣବେଲିୟାଙ୍କ ବିବାହରେ ସିକ୍ୟୁରିଟି ପାଇଁ ନିୟୋଜିତ ହେବେ ୨୦୦ ଜଣ ବାଉନ୍ସରର୍ସ

ଆଲିୟା ଭଟ୍ଟ ଓ ରଣବୀର କପୁରଙ୍କ ବିବାହକୁ ନେଇ ଫ୍ୟାନ୍ସ ମାନଙ୍କ ମଧ୍ୟରେ ଅନେକ ଉତ୍ସାହ ଦେଖାଦେଇଛି । ବଲିଉଡର ପାୱାର କପଲ ଭାବେ ଜଣା ଏହି ଯୋଡି ଖୁବ ଶୀଘ୍ର ସାତ ଫେରା ନେବାକୁ ଯାଉଛନ୍ତି । ଦୁଇ ଆକ୍ଟରସଙ୍କର ଜବରଦସ୍ତ ଫ୍ୟାନ ଫଲୋଇଂଙ୍ଗ ଅଛନ୍ତି । ଏମିତିରେ ଫ୍ୟାନ୍ସ ମାନେ ବି ଜାଣିବାକୁ ଚାହୁଁଛନ୍ତି ତାଙ୍କ ପ୍ରିୟ କପଲ କେମିତି ବାହା ହେବାକୁ ଯାଉଛନ୍ତି । କହିରଖିବା ଉଚିତ ହେବକି ଏମାନଙ୍କ ବିବାହ ପାଇଁ ବ୍ୟବସ୍ଥା କଡାକଡି କରାଯାଇଛି । ବିବାହରେ ସିକ୍ୟୁରିଟିକୁ ନେଇ ପ୍ରାୟ ଏକ ମାସ ପୂର୍ବରୁ ହିଁ ପ୍ଳାନିଙ୍ଗ ଆରମ୍ଭ ହୋଇଯାଇଛି । ବିବାହରେ ଯେମିତି କୌଣସି କମ ନ ହୋଇଯାଉ । ମହେଶ ଭଟ୍ଟଙ୍କ ପୁଅ ରାହୁଲ ଭଟ୍ଟ ବିବାହର ସିକ୍ୟୁରିଟିକୁ ନେଇ କିଛି ଏକ୍ସକଲୁସିଭ କଥାବାର୍ତ୍ତା ହୋଇଛି ।

ରାହୁଲ ଭଟ୍ଟଙ୍କ କହିବା ଅନୁଯାୟୀ- ଆଲିୟା ଓ ରଣବୀରଙ୍କ ଵିଵାହରେ ସିକ୍ୟୁରିଟି ଦାୟିତ୍ୱ ୟୁସୁଫ ଭାଇ ନେବେ । ଯାହାଙ୍କର ମୁମ୍ବଇରେ ବେଷ୍ଟ ସିକ୍ୟୁରିଟି ଫୋର୍ସ “9/11” ଏଜେନ୍ସି ଅଛି । ବିବାହରେ ସିକ୍ୟୁରିଟି ପାଇଁ ତାଙ୍କୁ ବିଶେଷ ଭାବେ ଅଣାଯାଇଛି । ଏହି ଏଜେନ୍ସି ଠାରୁ ପ୍ରାୟ ୨୦୦ ଜଣ ବାଉଁଶରଙ୍କୁ ଡକାଯାଇଛି । ଆଉ ୟୁସୁଫଙ୍କ ଟିମରୁ ବି ୧୦ ଜଣ ପିଲାଙ୍କୁ ଡ଼କାଯାଇଛି | ରାହୁଲ ଭଟ୍ଟ ଏହା ମଧ୍ୟ କହିଛନ୍ତିକି- ସିକ୍ୟୁରିଟି ଗାର୍ଡକୁ ନେଇ ଆକଟର୍ସ ଓ ତାଙ୍କ ପରିବାର ତରଫରୁ ଖାସ ଋକ୍ୟୁରମେଣ୍ଟ ରଖାଯାଇଛି । ଗାର୍ଡସ ମାନଙ୍କ ବ୍ୟକ୍ତିତ୍ୱ ଭଲ ହେବା ଦରକାର, ଡିପ୍ଲୋମାଟିକ ହେବା ଦରକାର, ଇଂଲିଶ ଠିକ ଭାବରେ କହି ପାରୁଥିବା ଦରକାର, ବିନମ୍ର ସ୍ୱଭାବର ହେବା ଦରକାର ଏମିତି କେତେ କଣ ।

ରାହୁଲ ଏହା ମଧ୍ୟ କହିଛନ୍ତିକି ଚେମ୍ବୁରର ଆରକେ ସ୍ଟୁଡ଼ିଓ ଓ ବାସ୍ତୁ ଏହି ଦୁଇ ସ୍ଥାନରେ ଗାର୍ଡ ନିୟୋଜିତ କରାଯିବ । ଦ୍ରୋନର କାଉଣ୍ଟମେଜର୍ସ ବି ନିଆଯାଇଛି । ପ୍ରତିଟି ଗେଷ୍ଟଙ୍କ ସହିତ ରବିଙ୍ଗ ପେଟ୍ରୋଲ ଅଫିସର ବି ରଖାଯାଇଛି । ସିକ୍ୟୁରିଟିକୁ ନେଇ ଖାସ ପ୍ଲାନିଂ ବି କରାଯାଇଛି । ସେ ନିଜେ ରହି ସିକ୍ୟୁରିଟିର ଦେଖାଶୁଣା କରି ଜଣେ ଭାଇର କର୍ତ୍ତବ୍ୟ ତୁଲେଇବେ ବୋଲି ରାହୁଲ କହିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.