ଅଧିକ ଆଳୁ ଖାଉଥିଲେ ସାବଧାନ, ଶରୀରରେ ହୋଇପାରେ ଏହି ସମସ୍ୟା

ସାଧାରଣ ଭାବେ ସବୁଜ ପନିପରିବା ଖାଇବାକୁ କିଛି ଜଣ ପସନ୍ଦ କରନ୍ତି ନାହିଁ। ବିଶେଷ କରି କମ ବୟସ ପିଲା । ଏମିତିରେ କେବଳ ପରିବାରେ ଆଳୁକୁ ଖାଇବାକୁ ପସନ୍ଦ କରନ୍ତି। କିନ୍ତୁ କୁହାଯାଏ ଯେ ଗୋଟିଏ ଜିନିଷକୁ ବାରମ୍ବାର ଖାଇବା ଦ୍ୱାରା ଏହାର ଖରାପ ପ୍ରଭାବ ଶରୀର ଉପରେ ପଡ଼ିପାରେ।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଆଳୁରେ ମଧ୍ୟ ଅନେକ ସାଇଡ ଇଫେକ୍ଟ ରହିଛି। ଏହାକୁ ବେଶି ଖାଇବା ଦ୍ୱାରା ଅନେକ ଶାରୀରିକ ସମସ୍ୟା ହେବାର ଆଶଙ୍କା ରହିିଛି। ଆଳୁରେ ଭିଟାମିନ୍ ଏ, ପୋଟାସିୟମ୍, ଭିଟାମିନ୍ ସି, ମ୍ୟାଗ୍ନେସିୟମ୍, ଫସଫରସ୍, ଜିଙ୍କ ଏବଂ ଆଇରନ୍ ଭଳି ଅନେକ ଉପକାରୀ ପୋଷକ ତତ୍ତ୍ୱ ଭରପୂର ରହିଛି । ଏହା ସହିତ କାର୍ବୋହାଇଡ୍ରେଟ୍, ପ୍ରୋଟିନ୍, ଗ୍ଲୁକୋଜ୍ ଏବଂ ଆମିନୋ ଏସିଡ୍ର ପରିମାଣ ମଧ୍ୟ ମିଳିଥାଏ । ଆୟୁର୍ବେଦରେ କୁହାଯାଇଛି ଯେ, ଆଳୁରେ ଅନେକ ଔଷଧୀୟ ଗୁଣ ଥାଏ, ଯାହା ଅନେକ ସମସ୍ୟା ଦୂର କରିଥାଏ । କିନ୍ତୁ କିଛି ସମସ୍ୟାରେ ଆଳୁ ଖାଇବା ଅତ୍ୟନ୍ତ କ୍ଷତିକାରକ ବୋଲି କୁହାଯାଇଛି । ତେବେ ଆସନ୍ତୁ ଜାଣିବା କେଉଁ କେଉଁ ସମସ୍ୟାରେ ଆଳୁ ଖାଇବା ଉଚିତ୍ ନୁହେଁ ।

-ଡାଇବେଟିସ୍ ରୋଗୀମାନେ ଆଳୁ ଖାଇବା ଠାରୁ ଦୂରେଇ ରହିବା ଉଚିତ୍ । ଯେଉଁମାନେ ଟାଇପ୍-୨ ଡାଇବେଟିସ୍ କିମ୍ବା ହାଇ -ବ୍ଲଡ ସୁଗାରରେ ପୀଡିତ ଅଛନ୍ତି ସେମାନେ ଆଳୁ ଖାଇବା ଅନୁଚିତ। ।

-ଏସିଡିଟିରେ ଆଳୁ ଖାଇବା କ୍ଷତିକାରକ ବୋଲି ଧରାଯାଏ । ଯଦି ଆପଣ ନିୟମିତ ଭାବରେ ଆଳୁ ଖାଆନ୍ତି, ତେବେ ଏହି କାରଣରୁ ଏସିଡିଟି ସମସ୍ୟା ଆହୁରି ବଢ଼ିପାରେ । ଏହା ବ୍ୟତୀତ ଆଳୁ ଖାଇବା ଦ୍ୱାରା ଗ୍ୟାସ ହେବାର ସମସ୍ୟା ମଧ୍ୟ ହୋଇପାରେ ।

-ଆଳୁକୁ ଅଧିକ ମାତ୍ରାରେ ଖାଇବା କାରଣରୁ କିଛି ଲୋକଙ୍କୁ ମୋଟା ହେବା ସମସ୍ୟାର ମଧ୍ୟ ସମ୍ମୁଖୀନ ହୋଇପାରନ୍ତି । ଯେଉଁଥିପାଇଁ ଡାକ୍ତରମାନେ ଏସିଡିଟିରେ ଆଳୁ ଖାଇବାକୁ ମନା କରନ୍ତି ।

-ଯେଉଁମାନଙ୍କର ଓଜନ ଶୀଘ୍ର ବଢ଼ିଯାଉଛି, ସେମାନେ ଆଳୁ ଖାଇବା ଉଚିତ୍ ନୁହେଁ । ମୋଟାପଣ ସମସ୍ୟାରେ ଆଳୁ ବହୁତ କ୍ଷତିକାରକ ହୋଇଥାଏ । ଆଳୁରେ ବହୁତ ପରିମାଣରେ କାର୍ବସ୍ ଥାଏ, ଯେଉଁଥିପାଇଁ ଓଜନ ଦ୍ରୁତ ଗତିରେ ବଢ଼ାଇଥାଏ । ଯଦି ଆପଣ ମୋଟାପଣ ହ୍ରାସ କରିବାକୁ ଚାହାଁନ୍ତି, ତାହେଲେ ଆଳୁ ବହୁତ କମ୍ ପରିମାଣରେ ଖାଆନ୍ତୁ ।

-ବ୍ଲଡ ପ୍ରେସର ରୋଗୀମାନେ ମଧ୍ୟ ସନ୍ତୁଳିତ ପରିମାଣରେ ଆଳୁ ଖାଇବା ଉଚିତ୍ । ଅଧିକ ଆଳୁ ଖାଇବା ଦ୍ୱାରା ହାଇ ବ୍ଲଡପ୍ରେସର ହୋଇପାରେ । ତେଣୁ ସେମାନେ ଅଳ୍ପ ପରିମାଣରେ ଆଳୁ ଖାଇବା ଉଚିତ୍ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.