Below header

‘ସୂଯ୍ୟର୍ବଂଶୀ’ ଟ୍ରେଲର ଲଞ୍ଚିଂରେ ୪୦ ମିନିଟ୍‌ ବିଳମ୍ବରେ ପହଞ୍ଚିଲେ ରଣବୀର ସିଂ, ଶେଷରେ ସମସ୍ତଙ୍କ ଗୋଡ଼ ଧରି ମାଗିଲେ ଭୁଲ୍‌

ଅକ୍ଷୟ କୁମାର, କାଟ୍ରିନା କୈଫ୍‌ ଷ୍ଟାରର୍‌ ‘ସୂଯ୍ୟର୍ବଂଶୀ’ରେ ରଣବୀର ସିଂ ଅତିଥି କଳାକାର ଭାବେ ନଜର ଆସିବେ। ସୋମବାର ମୁମ୍ବାଇରେ ହୋଇଥିବା ଟ୍ରେଲର ଲଞ୍ଚିଂ ସେରିମନିରେ ଅକ୍ଷୟ କୁମାର, ଅଜୟ ଦେବଗନ, କାଟ୍ରିନା କୈଫ୍‌, ରୋହିତ ସେଟ୍ଟୀ, କରଣ ଜୋହରଙ୍କ ସହ ରଣବୀର ସିଂଙ୍କୁ ବି ଇନ୍‌ଭାଇଟ କରାଯାଇଥିଲା। କିନ୍ତୁ ରଣବୀର ଧାଯ୍ୟର୍ ସମୟର ୪୦ ମିନିଟ୍‌ ବିଳମ୍ବରେ ପହଞ୍ଚିଥିଲେ। ଆଉ ଏହା ଦେଖି ଠିକ୍‌ ସମୟରେ ସବୁବେଳେ ପହଞ୍ଚୁଥିବା ଅକ୍ଷୟ ତାଙ୍କୁ ଚିଡ଼ାଇବା ଆରମ୍ଭ କରିଦେଇଥିଲେ।

t4

ଟ୍ରେଲର ଲଞ୍ଚ୍‌ର ଆଙ୍କର ଆଶିଷ ଚଞ୍ଚଲାନି ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ଭିଡିଓ ଶେୟାର କରିଛନ୍ତି। ଏଥିରେ ଦେଖାଯାଇଛି, ବିଳମ୍ବରେ ପହଞ୍ଚିଥିବା ରଣବୀର, ରୋହିତଙ୍କୁ କୋଳାଗ୍ରତ କରିବାକୁ ଆଗକୁ ବଢ଼ୁଥିବା ବେଳେ ଅକ୍ଷୟ, ଅଜୟ ଓ କାଟ୍ରିନା ତାଙ୍କ ଗୋଡ଼ ଟାଣିବାକୁ କୌଣସି ବି ସୁଯୋଗ ହାତଛଡ଼ା କରି ନ ଥିଲେ। ଶେଷରେ ରଣବୀର କ୍ଷମା ମାଗିବା ପାଇଁ କାନ ଧରି ଉଠ୍‌ ବସ୍‌ ହେବାକୁ ଲାଗିଥିଲେ। ଏହା ଦେଖି ଅକ୍ଷୟ କହିଥିଲେ, ଏ ସବୁ କରିବାରେ କିଛି ହେବ ନାହିଁ। ଏହି ସମୟରେ ରଣବୀର ଅକ୍ଷୟ ଓ ଅଜୟଙ୍କ ଗୋଡ଼ ଛୁଇଁଥିଲେ।

 

View this post on Instagram

 

LOOK WHAT I RECORDED😂😂😂😂 @akshaykumar @ranveersingh @ajaydevgn @katrinakaif @itsrohitshetty @karanjohar

A post shared by Ashish Chanchlani Official (@ashishchanchlani) on

ପୁଣି ଅକ୍ଷୟ କହିଥିଲେ ଯେ ‘ୟେ ପ୍ରଥମ ଅଭିନେତା, ଯିଏ ଆମ ଭଳି ସିନିୟର ଆକ୍ଟର୍ସଙ୍କୁ ୪୦ ମିନିଟ୍‌ ପଯ୍ୟର୍ନ୍ତ ଅପେକ୍ଷା କରାଇଲେ’। ଏହାର ଉତ୍ତରରେ ରଣବୀର କହିଥିଲେ, ‘ସେ ବହୁତ ଦୂରରୁ ଆସିଛନ୍ତି, ମେଟ୍ରୋ କାମ ଚାଲୁଥିଲା’। ସେତେବେଳେ ଅଜୟ ମଜାରେ ମଜାରେ କହିଥିଲେ, ଏହା କେବଳ ରଣବୀରଙ୍କ ଉପରେ ପ୍ରଭାବ ପକାଇଛି, ଆଉ କାହା ଉପରେ ନୁହେଁ’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.