କରିନାହାନ୍ତି କି ଆଧାର ଓ ପାନ କାର୍ଡ ଲିଙ୍କ୍‌; ଦେବାକୁ ପଡିବ ୧୦,୦୦୦ ଟଙ୍କା ଜରିମାନା

ଆଧାର ସହିତ ପାନ କାର୍ଡକୁ ସଂଯୋଗ ନ କରିବା ଆପଣକ ପାଇଁ ପଡିପାରେ ମହଙ୍ଗା। ଯଦି ଆପଣ ଚଳିତ ମାସ ଶେଷ ଅର୍ଥାତ ୩୧ ମାର୍ଚ୍ଚ ଭିତରେ ନିଜ ପାନ କାର୍ଡକୁ ଆଧାର ସହିତ ଲିଙ୍କ କରାଉନାହାନ୍ତି ତେବେ ଆୟକର ବିଭାଗ ଆପଣଙ୍କ ଉପରେ ୧୦,୦୦୦ ଟଙ୍କା ଜରିମାନା ରାଶି ଲଗାଇବେ। ଆୟକର ବିଭାଗ ପୂର୍ବରୁ ହିଁ ଘୋଷଣା କରିଥିଲେ ଯେ ପାନ-ଆଧାର ଲିଙ୍କ୍‌ ହୋଇନଥିବା ପାନ କାର୍ଡକୁ ‘ନିଷ୍କ୍ରିୟ’ ଘୋଷଣା କରାଯିବ। କିନ୍ତୁ ଏବେ ଜାରି କରାଯାଇଥିବା ଏକ ନୂତନ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି ଯେ, ଯେଉଁମାନେ ଆଧାର-ପାନ୍ ଲିଙ୍କ୍ ନକରିବେ ସେମାନଙ୍କ ଉପରେ ଆୟକର ନିୟମ ଆଧାରରେ ଜରିମାନା ଲାଗୁ କରାଯିବ।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଇନକମ୍‌ ଟ୍ୟାକ୍ସ ଡିପାର୍ଟମେଣ୍ଟର କହିବାନୁଯାୟୀ ୩୧ ମାର୍ଚ୍ଚ ୨୦୨୦ ପର୍ଯ୍ୟନ୍ତ AADHAAR  ସହିତ ପାନ ନହୋଇଥିଲେ ସେହି ପାନ କାର୍ଡ ନିଷ୍କ୍ରୀୟ ହୋଇଯିବ। ଅର୍ଥାତ ଆପଣ ଏହାର ଉପଯୋଗ କରିପାରବେନାହିଁ। ଆଧାର-ପାନ୍ ଲିଙ୍କ୍ କରିବାର ସମୟ ସୀମାକୁ ଏହା ପୂର୍ବରୁ ବହୁବାର ବୃଦ୍ଧି କରାଯାଇଛି। ଶେଷ ଥର ପାଇଁ ଏହି ସମୟ ସୀମାକୁ ୨୦୧୯ ଡିସେମ୍ବରୁ ୨୦୨୦ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା।

aadharବର୍ତ୍ତମାନ ସୁଦ୍ଧାପ୍ରାୟ ୧୭.୫୮ କୋଟି ପାନ କାର୍ଡକୁ ଏବେ ବି ଆଧାର ସହିତ ଲିଙ୍କ୍ କରାଯାଇନାହିଁ। ସେହିପରି ୩୦.୭୫ କୋଟି ଲୋକ ନିଜର ପାନ କାର୍ଡକୁ ଆଧାର ସହିତ ଲିଙ୍କ୍ କରାଇସାରିଛନ୍ତି।

କେନ୍ଦ୍ରୀୟ ପ୍ରତ୍ୟେକ୍ଷ କର ବୋର୍ଡ କହିଛନ୍ତି ଯେ ଯେଉଁ ବ୍ୟକ୍ତିଙ୍କୁ ୧ ଜୁଲାଇ ୨୦୧୭ ପଯ୍ୟର୍ନ୍ତ ପାନ ଆବଣ୍ଟିତ କରାଯାଇଛି, ତାଙ୍କୁ ଆୟକର ଆଇନର ଧାରା ୧୩୯ ଏଏର ଉପ-ଧାରା(୨) ଅନୁଯାୟୀ ନିଜ ଆଧାର ବିଷୟରେ ୩୧ ମାର୍ଚ୍ଚ ୨୦୨୦ ପଯ୍ୟର୍ନ୍ତ ସୂଚନା ଦେବାକୁ ହେବ। ଯଦି ଆପଣ ଏମିତି କରୁନାହାନ୍ତି ତେବେ ଆପଣଙ୍କ ପାନ କାର୍ଡ ୧ ଏପ୍ରିଲ ୨୦୨୦ ଠାରୁ ନିଷ୍କ୍ରୀୟ ହୋଇଯିବ।

କେମିତି କରିବେ ପାନ-ଆଧାର ଲିଙ୍କ୍‌

pan aadharପାନ ଏବଂ ଆଧାରକୁ ଲିଙ୍କ କରିବା ପାଇଁ ଆପଣ ଆୟକର ବିଭାଗର ଅଫିସିଆଲ ଇ-ଫାଇଲିଙ୍ଗ ପୋର୍ଟାଲକୁ ଯାଇ କରିପାରିବେ। ଏହି ପୋର୍ଟାଲରେ ଆପଣଙ୍କୁ ବାମ ପଟେ ପାନ-ଆଧାର ଲିଙ୍କ୍‌ କରିବାର ବିକଳ୍ପ https://www1.incometaxindiaefiling.gov.in/e-FilingGS/Services/LinkAadhaarHome.html) ମିଳିବ। ଏହା ଉପରେ କ୍ଲିକ କରିବାକୁ ହେଲେ ଆପଣଙ୍କୁ ପାନ ନମ୍ବର, ଆଧାର ନମ୍ବର ଏବଂ ନିଜର ନାମ ଭରିବାକୁ ହେବ। ଏହାପରେ ଆୟକର ବିଭାଗ ଆପଣଙ୍କର ଦ୍ୱାରା ଦିଆଯାଇଥିବା ବିବରଣୀକୁ ଭ୍ୟାଲିଡେଟ କରିବ। ଯାହାପରେ ଲିଙ୍କ ପ୍ରକ୍ରୀୟା ପୂରା ହୋଇଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.