Below header

ଆଜି ବିବାହର ୨୯ତମ ବର୍ଷ ପାଳନ କରୁଛନ୍ତି ରବି କିଶନ; କୌଣସି ଚଳଚ୍ଚିତ୍ରର କାହାଣୀଠାରୁ କମ୍‌ ନୁହେଁ ତାଙ୍କ ପ୍ରେମ କାହାଣୀ

ଭୋଜପୁରୀ ଫିଲ୍ମର ସୁପରଷ୍ଟାର ରବି କିଶନ। ସେ ଏମିତି ଜଣେ କଳାକାର, ଯିଏ କେବଳ ନିଜ ଆଞ୍ଚଳିକ ଭାଷାର ଫିଲ୍ମ ନୁହେଁ, ବରଂ ସାଉଥ୍‌ରୁ ନେଇ ବଲିଉଡ୍‌ ପର୍ଯ୍ୟନ୍ତ, ସବୁଠି ନିଜ ଅଭିନୟର ଦମ୍‌ ଦେଖାଇଛନ୍ତି। ଅଭିନୟ ବ୍ୟତୀତ ରାଜନୀତିରେ ମଧ୍ୟ ରବି କିଶନ ଅନେକ ସଫଳତା ହାସଲ କରିଛନ୍ତି।

ଅଭିନେତା ନିଜର ପ୍ରଫେସନାଲ ଲାଇଫ୍‌କୁ ନେଇ ଅନେକ ବାର ଚର୍ଚ୍ଚାରେ ରହିଛନ୍ତି। ଯଦିଓ ସେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ବହୁତ ହିଁ କମ୍‌ କଥା କୁହନ୍ତି। ଏହାରି ଭିତରେ ଅଭିନେତା ତଥା ସାଂସଦ ରବି କିଶନ ଆଜି ନିଜର ୨୯ତମ ବିବାହ ବାର୍ଷିକୀ ପାଳନ କରୁଛନ୍ତି। ତ ଏହି ଖାସ୍‌ ଅବସରରେ ଆସନ୍ତୁ ଜାଣିବା ତାଙ୍କ ପ୍ରେମ କାହାଣୀ ବିଷୟରେ।

ରବି କିଶନ ୧୯୯୩ ଡିସେମ୍ବର ୧୦ରେ ନିଜ ପିଲାଦିନର ପ୍ରେମ ପ୍ରୀତିଙ୍କୁ ବିବାହ କରିଥିଲେ। ରବି ଓ ପ୍ରୀତିଙ୍କ ପ୍ରେମ କାହାଣୀ କୌଣସି ଚଳଚ୍ଚିତ୍ରର କାହାଣୀଠାରୁ କମ୍‌ ନୁହେଁ। ରବି କିଶନ ଏକ ଇଣ୍ଟରଭ୍ୟୁରେ କହିଥିଲେ ଯେ ତାଙ୍କର ଓ ପ୍ରୀତିଙ୍କର ପ୍ରଥମ ଦେଖା ସ୍କୁଲ ସମୟରେ ହିଁ ହୋଇଥିଲା। ସେହି ସମୟରେ ରବି ଏକାଦଶ ଶ୍ରେଣୀରେ ପାଠ ପଢ଼ୁଥିଲେ। ସେ ପ୍ରୀତିଙ୍କୁ ହୃଦୟ ଦେଇ ବସିଥିଲେ ଏବଂ ଏକପ୍ରକାର ପ୍ରତିଜ୍ଞା କରି ନେଇଥିଲେ କି, ପ୍ରୀତିଙ୍କୁ ହିଁ ସେ ନିଜର ଜୀବନସାଥୀ କରିବେ।

କହି ରଖୁଛୁ, ରବି କିଶନ ନିଜ ସ୍ତ୍ରୀଙ୍କୁ ବହୁତ ଭଲ ପାଆନ୍ତି। ଇଣ୍ଟରଭ୍ୟୁରେ ଅଭିନେତା ଖୁଲାସା କରିଥିଲେ ଯେ ସ୍ତ୍ରୀ ଶୋଇପଡ଼ିବା ପରେ ସେ ସବୁଦିନ ତାଙ୍କ ପାଦ ଛୁଅଁନ୍ତି। କାହିଁକି ନା, ଚାହିଁଥିବା ସମୟରେ ସ୍ତ୍ରୀ କେବେ ବି ତାଙ୍କୁ ଏମିତି କରିବାକୁ ଦେବେ ନାହିଁ। କେବଳ ଏତିକି ନୁହେଁ, ରବି ନିଜର ୩ ଝିଅ ଏବଂ ମା’ଙ୍କର ମଧ୍ୟ ପାଦ ଛୁଇଁ ଥାଆନ୍ତି।

ରବି କିଶନ ଆହୁରି କହିଥିଲେ, ଯେତେବେଳେ ସେ ସଂଘର୍ଷ ଦିନରେ ଥିଲେ, ସେତେବେଳେ ତାଙ୍କୁ ଅନେକ ଥର ଭୋକିଲା ରହିବାକୁ ପଡ଼ିଥିଲା। କିନ୍ତୁ ତାଙ୍କ କଠିନ ସମୟରେ ସ୍ତ୍ରୀ ତାଙ୍କର ହାତ ଛାଡ଼ି ନ ଥିଲେ। ଏହି କାରଣରୁ ରବି କିଶନଙ୍କ କହିବା ହେଲା, ଆଜି ସେ ସଫଳତାର ଯେଉଁ ସୋପାନରେ ଅଛନ୍ତି, ଏହାର ସବୁଠାରୁ ବଡ଼ ଶ୍ରେୟ ତାଙ୍କ ସ୍ତ୍ରୀଙ୍କୁ ହିଁ ଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.