Below header

ସୁଶାନ୍ତଙ୍କ କାର୍ଡରେ ମନଇଚ୍ଛା ସପିଂ କରୁଥିଲେ ରିୟା, ମନା କଲେ ବି ଶୁଣୁନଥିଲେ; ସିଦ୍ଧାର୍ଥ ପିଠାନୀ କହିଲେ ପୂରା ମାମଲା

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ସିବିଆଇର ଯାଞ୍ଚ ଲଗାତାର ଆଗକୁ ବଢ଼ୁଛି। ଶନିବାର ମଧ୍ୟ ସିବିଆଇ ରିୟା ଚକ୍ରବର୍ତ୍ତୀ, ତାଙ୍କ ଭାଇ ସୌଭିକ, ସୁଶାନ୍ତଙ୍କ ସାଙ୍ଗ ସିଦ୍ଧାର୍ଥ ପିଠାନୀ ଓ ଷ୍ଟାଫ୍‌ମାନଙ୍କୁ ପଚରାଉଚରା କରିଛି। ଇତି ମଧ୍ୟରେ ରିୟାଙ୍କୁ ନେଇ ସିଦ୍ଧାର୍ଥ ପିଠାନୀ ଏକ ବଡ଼ ଖୁଲାସା କରିଛନ୍ତି। ଏକ ଇଣ୍ଟଭ୍ୟୁରେ ସିଦ୍ଧାର୍ଥ ପିଠାନୀ କହିଛନ୍ତି ରିୟା ଚକ୍ରବର୍ତ୍ତୀ ସପିଂ ପାଇଁ ସୁଶାନ୍ତ ସିଂହ ରାଜପୁତଙ୍କ କାର୍ଡ ବ୍ୟବହାର କରୁଥିଲେ। ପିଠାନୀ କହିଛନ୍ତି ସୁଶାନ୍ତଙ୍କ ମ୍ୟାନେଜର ସାମୁଏଲ ମିରାଣ୍ଡା ମୋତେ ଏହି କଥା କହିଥିଲେ।

sushant2

ସିଦ୍ଧାର୍ଥ କହିଛନ୍ତି ଥରେ ସୁଶାନ୍ତ ମୋତେ ଦେଖା ହେବାକୁ ଡାକିଥିଲେ। ସେତେବେଳେ ମୁଁ ତାଙ୍କୁ ରିୟା ବିଷୟରେ ପଚାରିବାରୁ ସେ କାନ୍ଦିବାକୁ ଲାଗିଥିଲେ ଓ କହିଥିଲେ ସମସ୍ତେ ମୋତେ ଛାଡ଼ି ଚାଲିଯାଉଛନ୍ତି। ମୁଁ ସେତେବେଳେ କହିଥିଲି କେହି ନଥିଲେ କ’ଣ ହେଲା ମୁଁ ତୁମ ସହ ଅଛି। ସେଦିନ ମୁଁ ସୁଶାନ୍ତଙ୍କ ମ୍ୟାଜେନରଙ୍କ ସହ କଥା ହେବା ବେଳେ ସେ କହିଥିଲେ ଯେ ରିୟା ସୁଶାନ୍ତଙ୍କ କାର୍ଡରେ ସପିଂ କରୁଛନ୍ତି।

ଦିଶା ସାଲିୟନ୍‌ଙ୍କ ମୃତ୍ୟୁକୁ ନେଇ ପିଠାନୀ କହିଛନ୍ତି ଦିଶାଙ୍କ ମୃତ୍ୟୁ ପରେ ସୁଶାନ୍ତ ଚିନ୍ତାରେ ଥିଲେ। ଏଣୁ ସେ ତାଙ୍କୁ ନିଜ ପାଖରେ ଶୋଇବାକୁ ଓ ଦିଶାଙ୍କ ବିଷୟରେ ସବୁ ଅପ୍‌ଡେଟ୍‌ ଦେବାକୁ କହୁଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.