Below header

ଭାରତ-ପାକ ସୀମାରେ ଏକ ସୁଡ଼ଙ୍ଗ ଠାବ କଲେ ବିଏସଏଫ ଯବାନ

ଭାରତ-ପାକିସ୍ତାନ ସୀମାନ୍ତ ଅଞ୍ଚଳରୁ ଠାବ ହୋଇଛି ଏକ ସୁଡଙ୍ଗ । ଜମ୍ମୁସ୍ଥିତ ସାମ୍ବା ସେକ୍ଟର ନିକଟ ଅଞ୍ଚଳରୁ ଏହି ସୁଡଙ୍ଗକୁ ଠାବ କରିଛନ୍ତି ବିଏସ୍‌ଏଫ୍‌ ଯବାନ। ଭାରତ ପାକ ସୀମାଠାରୁ ମାତ୍ର ୫୦ ମିଟର ଦୂରରେ ଏହାକୁ ଠାବ କରାଯାଇଛି । ସେପଟେ ଜମ୍ମୁ- କାଶ୍ମୀର ଶ୍ରୀନଗର ଅଂଚଳରେ ବିଳମ୍ବିତ ରାତିରେ ଜଣେ ସୁରକ୍ଷା କର୍ମୀଙ୍କ ଗୁଳି ମାଡ଼ରେ ୩ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି । ଆତଙ୍କବାଦୀଙ୍କ ଗୁଳିମାଡରେ ଜାମ୍ମୁ- କାଶ୍ମୀର ପୁଲିସର ଜଣେ ଆସିଷ୍ଟାଣ୍ଟ ସବ ଇନ୍ସପେକ୍ଟର ଶହୀଦ ହୋଇଥିବା ନେଇ ସୂଚନା ଆସିଛି ।

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତିରେ ଶ୍ରୀନଗର ଜିଲ୍ଲାର ପନ୍ଥ ଚୌକ ଅଞ୍ଚଳରେ ଜମ୍ମୁ ପୋଲିସ ଓ ସିଆରପିଏଫ ମିଳିତ ଭାବେ ପାଟ୍ରୋଲିଂ ଚଳାଇଥିବା ବେଳେ ଅଚାନକ ଅତଙ୍କବାଦୀ ସେମାନଙ୍କ ଉପରକୁ ଅତର୍କିତ ଆକ୍ରମଣ କରିଥିଲେ । ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା । ଘଟଣା ପରେ ମୃତ ଆତଙ୍କବାଦୀଙ୍କ ଠାରୁ ଅସ୍ତ୍ରଶସ୍ତ୍ର ଗୋଳାବାରୁଦ ଆଦି ଜବତ କରାଯାଇଛି । ଘଟଣାସ୍ଥଳରେ ଏବେ ବି ସର୍ଚ୍ଚ ଅପରେସନ ଜାରି ରହିଛି । ଗତ ଦୁଇ ଦିନ ଭିତରେ ତୃତୀୟ ଥର ପାଇଁ ଉଭୟ ପକ୍ଷ ମଧ୍ୟରେ ହାତାହାତି ପରିସ୍ଥିତି ଉପୁଜିଥିବା ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.