ସିବିଆଇ ଅଫିସରଙ୍କୁ ସହଯୋଗ ନକରି ମାଡ ଖାଇଲେ ରିୟା, ଭାଇରଲ ହେଉଛି ଖବର

ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ସିବିଆଇ ଦିନକୁ ଦିନ ନୂଆ ତଥ୍ୟ ଖୋଳତାଡ ଆରମ୍ଭ କରୁଛି। ତୃତୀୟ ଥର ପାଇଁ ସିବିଆଇ ରିୟାଙ୍କୁ ଜେରା କରିଛି। ଗତକାଲି ରିୟାଙ୍କୁ ସିବିଆଇ ୯ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ପଚରାଉଚରା କରିଛି। ଏହି ପଚରାଉଚରା ସମୟରେ ରିୟା ନିଜର କଥାକୁ ପ୍ରମାଣିତ କରିବା ପାଇଁ ସୁଶାନ୍ତ ଡିପ୍ରେସନରେ ଗତି କରୁଥିଲେ ବୋଲି କହିଥିଲେ। ଏବେ ଏହି ପଚରାଉଚରା ସମୟରେ ରିୟାଙ୍କୁ ସିବିଆଇ ଅଫିସର ନୂପୁର ପ୍ରସାଦ ଚଟକଣା ମାରିଥିବା ଖବର ଭାଇରଲ ହେଉଛି।


ଖବର ମୁତାବକ, ସିବିଆଇକୁ ସହଯୋଗ ନ କରିବାରୁ ସିବିଆଇ ଅଫିସର ନୂପୁର ତାଙ୍କୁ ଚଟକଣା ମାରିଥିଲେ ବୋଲି ଜଣାପଡିଛି। ଏଭଳି ଖବର ଭାଇରଲ ହେବା ପରେ ଅନେକ ୟୁଜର୍ସ ନିଜର କମେଣ୍ଟ ଦେଇଛନ୍ତି। ଜଣେ ୟୁଜର୍ସ ଲେଖିଛନ୍ତି, ‘ ଦୋମୁଣ୍ଡିଆ ସାପ ହେଉଛନ୍ତି ରିୟା’। ସିବିଆଇକୁ ସହଯୋଗ କଲେନି ତେବେ ଚଟକଣା ଖାଇଲେ। ଓହ.. ମୁଁ ଶାନ୍ତିରେ ନିଶ୍ୱାସ ମାରିଲି। ମୁଁ ସେହି ଚଟକଣାର ଶବ୍ଦ ଶୁଣିପାରିଥାନ୍ତି କି ?


ପ୍ରକୃତରେ କ’ଣ ସତ ତାହା ତ ପରେ ଜଣାପଡିବ। କିନ୍ତୁ ଏହି ଖବର ଭାଇରଲ ହେବା ପରେ ସୁଶାନ୍ତଙ୍କ ଫ୍ୟାନଙ୍କୁ କିଛି ମାତ୍ରାରେ ଆଶ୍ୱସ୍ତି ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.