Below header

ସୁଶାନ୍ତ ମୃତ୍ୟୁ ମାମଲା : ରିୟାଙ୍କୁ ଚତୁର୍ଥ ଦିନରେ ୯ ଘଣ୍ଟା ଜେରା, ପରେ ଗଲେ ପୋଲିସ୍ ଷ୍ଟେସନ୍‌

ମୁମ୍ବାଇ : ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ଆଜି ଲଗାତର ଚତୁର୍ଥ ଦିନ ପାଇଁ ସିବିଆଇ ରିୟା ଚକ୍ରବର୍ତ୍ତୀଙ୍କୁ ଜେରା କରିଛି । ଆଜି ରିୟାଙ୍କୁ ୯ ଘଣ୍ଟା ଧରି ଜେରା କରିଛି ସିବିଆଇ। କିଛି ସମୟ ପୂର୍ବରୁ ସେ ଡିଆରଡିଓ ଗେଷ୍ଟହାଉସ୍‌ରୁ ବାହାରିଥିଲେ । ଏପର‌୍ୟ୍ୟନ୍ତ ସିବିଆଇ ତାଙ୍କୁ ପ୍ରାୟ ୩୫ ଘଣ୍ଟା ଧରି ଜେରା କରି ସାରିଲାଣି ।

ତେବେ ଆଜି ଜେରା ଶେଷ ହେବା ପରେ ରିୟା ଡିଆରଡିଓ ଗେଷ୍ଟହାଉସ୍‌ରୁ ବାହାରି ସିଧାସଳଖ ସାନ୍ତାକ୍ରୁଜ୍ ଥାନାକୁ ଯାଇଥିଲେ । ତେବେ କଣ ପାଇଁ ସେ ଥାନାକୁ ଗଲେ ତାହା ସ୍ପଷ୍ଟ ହୋଇନାହିଁ । ତଥାପି ଅନୁମାନ କରାଯାଉଛି କି ରିୟା ନିଜ ସୁରକ୍ଷା ପାଇଁ ପୋଲିସ୍‌ର ସହାୟତା ଲୋଡ଼ିଛନ୍ତି ।

ଆଜି ଦିନରେ ସିବିଆଇ ଅଧିକାରୀମାନେ ସୁଶାନ୍ତଙ୍କ ମାମଲାରେ ମୋଟ୍ ୧୦ ଜଣଙ୍କୁ ପଚରା ଉଚରା କରିଥିଲେ । ଏଥିରେ ରିୟାଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀ, ସିଦ୍ଧାର୍ଥ ପିଠାନି, ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଶ୍ରୁତି ମୋଦିସୁବେଦ ଲୋହିୟା, ଜୟା ଶାହ ପ୍ରମୁଖ ଥିଲେ । ସେପଟେ ସିବିଆଇର ଏକ ଟିମ୍ ବାନ୍ଦ୍ରା ସ୍ଥିତ ସୁଶାନ୍ତଙ୍କ ଘରକୁ ଯାଇ ପୁଣି ଥରେ ତଦନ୍ତ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.