Below header

ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ହେବ ୟୁଜି ଓ ପିଜି ଶେଷ ବର୍ଷ ସେମିଷ୍ଟାର ଫାଇନାଲ ପରୀକ୍ଷା

ଭୁବନେଶ୍ଵର (କେନ୍ୟୁଜ ବ୍ୟୁରୋ): ସେପ୍ଟେମ୍ବର ୩୦ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ ୟୁଜି ଓ ପିଜି ଶେଷ ସେମିଷ୍ଟର ପରୀକ୍ଷା। ଅକ୍ଟୋବର ୩୧ ତାରିଖ ସୁଦ୍ଧା ପ୍ରକାଶ ପାଇବ ପରୀକ୍ଷା ଫଳ। ୟୁଜି ଓ ପିଜି ଶେଷ ସେମିଷ୍ଟାର ପରୀକ୍ଷା ନେଇ ଆଜି ଭିଡିଓ କନଫରେନସିଂରେ ବିଭିନ୍ନ ବିଶ୍ୱବିଦ୍ୟାଳୟର କୁଳପତି ଏବଂ ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ ବୈଠକରେ ଏହି ନିଷ୍ପତ୍ତି ହୋଇଛି।

ୟୁଜିସି ଗାଇଡଲାଇନ ଅନୁସାରେ ପରୀକ୍ଷା ଅଫଲାଇନ, ଅନଲାଇନ, ବ୍ଲେଣ୍ଡେଡ ମଲ୍ଟିପୁଲ ଚଏସ, ଓପନ ବୁକ ଏବଂ ଓଏମଆର ଆଦି ଯେକୌଣସି ଅନୁମୋଦିତ ପଦ୍ଧତିରେ କରାଯାଇପାରିବ। ସଂପୃକ୍ତ ବିଶ୍ୱବିଦ୍ୟାଳୟ ଓ ସ୍ୱୟଂଶାସିତ ମହାବିଦ୍ୟାଳୟ ଉପଯୁକ୍ତ ପରୀକ୍ଷା ପଦ୍ଧତି ନେଇ ନିଷ୍ପତ୍ତି ନେବେ। ଯେଉଁ ଛାତ୍ରଛାତ୍ରୀମାନେ ଫାଇନାଲ ପରୀକ୍ଷା ଦେବାକୁ ଚାହିଁବେ ନାହିଁ କିମ୍ବା ଦେଇପାରିବେ ନାହିଁ, ସେମାନଙ୍କ ପାଇଁ କୋଭିଡ ୧୯ ପରିସ୍ଥିତି ସୁଧୁରିଲେ ବିଶ୍ୱବିଦ୍ୟାଳୟ କିମ୍ବା ସ୍ୱୟଂଶାସିତ ମହାବିଦ୍ୟାଳୟ ପକ୍ଷରୁ ସ୍ୱତନ୍ତ୍ର ପରୀକ୍ଷା ପେନ ଏବଂ ପେପର ମୋଡରେ ଡିସେମ୍ବର ୨୦୨୦ରେ କରିବା ପାଇଁ ବ୍ୟବସ୍ଥା କରାଯିବ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.