Below header

ଋଷି କପୁର ଓ ଇରଫାନ୍‌ ଖାନ୍‌ : ଜନ୍ମ ଓ ମୃତ୍ୟୁରେ କିଛି ସଂଯୋଗ ଅଛି ତ ନିଶ୍ଚୟ, ଜାଣନ୍ତୁ କଣ ସେହି ରହସ୍ୟ

ଲଗାତର ଦୁଇ ଦିନ ଭିତରେ ଚାଲିଗଲେ ବଲିଉଡ୍‌ର ଦୁଇ ଜଣ ପ୍ରସିଦ୍ଧ ଅଭିନେତା । ବୁଧବାର ଦିନ ଇରଫାନ୍‌ ଖାନ୍‌ ଏବଂ ଗୁରୁବାର ଦିନ ଦେହାନ୍ତ ହେଲା ଋଷି କପୁରଙ୍କର । ତେବେ ସେମାନଙ୍କ ଭିତରେ କଣ କିଛି ସମାନତା ଥିଲା କି ? ଏ ପ୍ରଶ୍ନର ଉତ୍ତରରେ ଆମେ ଏତିକି କହି ପାରିବା ଯେ ଦୁହେଁ ଗୋଟିଏ ସିନେମାରେ ଅଭିନୟ କରିଥିଲେ । ୨୦୧୩ରେ ସେମାନଙ୍କୁ ‘ଡି-ଡେ’ ଫିଲ୍ମରେ ଦେଖିବାକୁ ମିଳିଥିଲା । ଏହା ବାଦ୍‌ ଆଉ କଣ ସଂଯୋଗ ଥାଇ ପାରେ । ହେଲେ ଆମେ ଏଠି ଏମିତି କିଛି ଗହନ କଥା କହିବୁ ତାକୁ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ ।
ଇରାଫନ୍‌ ଖାନ୍‌ ଜନ୍ମ ହୋଇଥିଲେ ୧୯୬୭ରେ ଓ ମୃତ୍ୟୁ ହେଲା ୫୩ ବର୍ଷ ବୟସରେ । ଋଷି କପୁରଙ୍କ ଜନ୍ମ ୧୯୫୩ରେ ଓ ତାଙ୍କର ପରଲୋକ ହୋଇଛି ୬୭ ବର୍ଷରେ । ଦୁହିଁଙ୍କ ଜନ୍ମ ମସିହା ଓ ବୟସକୁ ମିଶାଇଲେ ହେଉଛି ୨୦୨୦ । ୧୯୬୭ +୫୩=୨୦୨୦ । ୧୯୫୩+ ୬୭=୨୦୨୦ । ଋଷିଙ୍କ ନାମରେ ପ୍ରଥମେ ରହୁଛି RI । ଇରଫାନ୍‌ଙ୍କ ନାମର ପ୍ରଥମରୁ ରହୁଛି IR । କିଛି ତ ସଯୋଗ ଅଛି ?

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.