ଲକଡାଉନରେ ଡେଲିଭରି ବୟଙ୍କ ଜନ୍ମଦିନରେ ଗ୍ରାହକ ଦେଲେ ଏମିତି ସରପ୍ରାଇଜ, ଯାହାକୁ ଦେଖି କାନ୍ଦିବାକୁ ଲାଗିଲେ ବାର୍ଥ ଡେ’ ବୟ, ଭାଇରଲ ହେଉଛି Video

ଚୀନର ଉହାନରୁ ଏବେ ଏବେ ଏକ ଭିଡ଼ିଓ ସାମ୍ନାକୁ ଆସିଛି, ଯାହାକି ଆପଣଙ୍କ ହୃଦୟକୁ ଛୁଇଁଯିବ। ଏଥିରେ ଜଣେ ଡେଲିଭରି ବୟଙ୍କୁ ତାଙ୍କ ବାର୍ଥ ଡେ’ରେ କେକ ଖାଉଥିବାର ଦେଖିବାକୁ ମିଳୁଛି। ଜଣାପଡିଛି, ଜଣେ ଗ୍ରାହକ ଦୋକାନରୁ ଏକ କେକ ଅର୍ଡର କରିଥିଲେ। କେକକୁ ଯେତେବେଳେ ଡେଲିଭରି ବୟ ଜଣକ ଆଣିଥିଲେ, ସେତେବେଳେ ତାଙ୍କୁ ଜଣାପଡିଥିଲା କି, ଏହି କେକ ଖାସ ତାଙ୍କ ପାଇଁ ଥିଲା।

ଭିଡ଼ିଓରେ ଦେଖିବାକୁ ମିଳୁଛି ଯେ ଡେଲିଭରି ବୟ ସିଡିରେ ବସି କାନ୍ଦି କାନ୍ଦି କେକ ଖାଉଛନ୍ତି ଏବଂ ଏକେଲା ହିଁ ନିଜ ଜନ୍ମଦିନ ପାଳୁଛନ୍ତି। ଘଟଣାଟି 15 ଏପ୍ରିଲର। ଏହିଦିନ ଡେଲିଭରି ବୟଙ୍କ ଜନ୍ମଦିନ ଥିଲା।

ସେ ବେକେରିରୁ ଏକ କେକ ଅର୍ଡର ଆଣିବାକୁ ଯାଇଥିଲେ। ତେବେ କେକ ଉପରେ ସେ ଏକ ଚିଠି ପାଇଥିଲେ, ଯେଉଁଥିରେ ଲେଖା ହୋଇଥିଲା, ‘କେକ ଡେଲିଭରି ବୟଙ୍କ ପାଇଁ ଏକ ଉପହାର। ଜୀବନ ସହଜ ନୁହେଁ। ଦୟାକରି ନିଜର ଦେଖାଶୁଣା କରନ୍ତୁ’। ୟୁଟ୍ୟୁବରେ ସେୟାର ହୋଇଥିବା ଏହି ଭିଡ଼ିଓ ଖୁବ ଭାଇରଲ ହେବାରେ ଲାଗିଛି। ଲୋକେ ଗ୍ରାହକଙ୍କୁ ପ୍ରଶଂସା କରିବା ସହିତ ଡେଲିଭରି ବୟଙ୍କୁ ଜନ୍ମଦିନର ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି।

video courtesy: youtube

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.