Below header

ଦେଶରେ ଆଉ ଦୁଇ ସପ୍ତାହ ବଢ଼ିଲା ଲକ୍‌ଡାଉନ୍‌

ନୂଆଦିଲ୍ଲୀ : ଆଉ ୧୪ ଦିନ ବଢ଼ିଲା ଲକ୍‌ଡାଉନ୍‌ । ଦେଶରେ କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ତୃତୀୟ ଲକ୍‌ଡାଉନ୍‌ ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ମେ ୩ ତାରିଖରେ ସରିଥାନ୍ତା । ତେବେ ମେ ୪ରୁ ପୁଣି ଥରେ ଦୁଇ ସପ୍ତାହ ପାଇଁ ସାରା ଦେଶକୁ ଲକ୍‌ଡାଉନ୍‌ରେ ରହିବାକୁ ପଡ଼ିବ । କରୋନା ଆମକୁ ଏମିତି ଘରେ ବନ୍ଦ କରି ରଖିବାକୁ ବାଧ୍ୟ କରିଛି ।

କେନ୍ଦ୍ର ଗୃହ ମନ୍ତ୍ରାଳୟ ବିଜ୍ଞପ୍ତି ଅନୁଯାୟୀ ମେ ୩ରେ ସରୁଥିଲା ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ ଡାଉନ୍‌। ଅର୍ଥାତ ମେ ୪ରୁ ମେ ୧୭ ଯାଏ ରହିବ ଲକ୍‌ ଡାଉନ୍‌। ତୃତୀୟ ପର୍ଯ୍ୟୟ ଲକ୍‌ ଡାଉନ ପାଇଁ ମଧ୍ୟ ନୂଆ ଗାଇଡ୍‌ ଲାଇନ୍‌ ଜାରି ହୋଇଛି। ରେଡ୍‌, ଅରେଞ୍ଜ ଓ ଗ୍ରୀନ୍‌ ଜୋନ୍‌ ଆଧାରରେ ଗାଇଡ୍‌ ଲାଇନ୍‌ ଜାରି କରାଯାଇଛି।

ଜୋନ୍‌ ଅନୁଯାୟୀ କୋହଳ ହେବ ନିୟମ

ଗ୍ରୀନ ଓ ଅରେଞ୍ଜ ଜୋନ୍‌ରେ ଥିବା ଜିଲ୍ଲାଗୁଡିକ ପାଇଁ କଟକଣାକୁ ଅଧିକ କୋହଳ କରାଯାଇଛି। ଗତକାଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ରେଡ୍‌, ଅରେଞ୍ଜ ଓ ଗ୍ରୀନ୍‌ ଜୋନ୍‌ ଚିହ୍ନଟ କରି ତାଲିକା ପ୍ରକାଶ କରିଥିଲା। ରାଜ୍ୟ ସରକାର ଚାହିଁଲେ ନୂଆ ଜିଲ୍ଲାକୁ ରେଡ୍‌ କିମ୍ବା ଅରେଞ୍ଜ ଜୋନ୍‌ରେ ସାମିଲ କରି ପାରିବେ। କିନ୍ତୁ କୌଣସି ଜିଲ୍ଲାକୁ ରେଡ୍‌ କିମ୍ବା ଅରେଞ୍ଜ ଜୋନ୍‌ରୁ ବାହାର କରି ପାରିବେ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.