Below header

କରୋନା ଚିକିତ୍ସାରେ ବନ୍ଦ ହେବନି ପ୍ଲାଜ୍‌ମା ଥେରାପି, କେନ୍ଦ୍ର ସରକାର ଦେଲେ ଅନୁମତି

ନୂଆଦିଲ୍ଲୀ : କରୋନା ଭାଇରସ୍‌ର ଚିକିତ୍ସା ପାଇଁ ଗବେଷଣା ଜାରି ରହିଥିଲେ ହେଁ ଏଯାଏ କୈାଣସି ଟିକା ବା ମେଡ଼ିସିନି ବାହାରି ନାର୍ହି । ତେଣୁ ବିଭିନ୍ନ ଦେଶ ଭିନ୍ନ ଭିନ୍ନ ଉପାୟରେ କରୋନା ଚିକିତ୍ସା ଜାରି ରଖିଛନ୍ତି ।

ନିକଟରେ ପ୍ଲାଜ୍‌ମା ଥେରାପି କରୋନା ଚିକିତ୍ସାରେ ଭଲ କାମ କରୁଛି ବୋଲି କିଛି ଗବେଶକ କହିବା ପରେ ଦିଲ୍ଲୀରେ ପ୍ଲାଜ୍‌ମା ଥେରାପି ଟ୍ରାଏଲ୍‌ ଆରମ୍ଭ କରାଯାଇଛି । ଏହି ଥେରାପି ଦ୍ୱାରା ଭଲ ଫଳାଫଳ ମିଳିଛି ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରୀଓ୍ଵାଲ ପ୍ରକାଶ କରିଛନ୍ତି ।

ତେଣୁ ଦିଲ୍ଲୀରେ ପ୍ଲାଜ୍‌ମା ଥେରାପି ଜାରି ରହିବ ବୋଲି କେଜରୀଓ୍ଵାଲ୍‌ କହିଛନ୍ତି । ଦିଲ୍ଲୀରେ କିଛ ରୋଗୀଙ୍କ ଉପରେ ପ୍ଲାଜ୍‌ମା ଥେରାପିର ପ୍ରୟୋଗ କରାଯିବା ପରେ ସଙ୍କଟାପନ୍ନ ରୋଗୀ ମଧ୍ୟ ଖୁବ୍‌ ଶୀଘ୍ର ଭଲ ହୋଇଥିବା ଦେଖାଯାଇଛି ।

ପ୍ଲାଜ୍‌ମା ଥେରାପି ପ୍ରାରମ୍ଭିକ ସ୍ତରରେ ଥିବାରୁ ଏହାକୁ ହାନୀକାରକ ଆଶଙ୍କା କରିି କେନ୍ଦ୍ର ସରକାର ଏହାକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ଜଣେ ସଙ୍କଟାପନ୍ନ କରୋନା ରୋଗୀ ପ୍ଲାଜ୍‌ମା ଥେରାପି ନେବା ପରେ ଖୁବ୍‌ ଶୀଘ୍ର ଭଲ ହୋଇଥିବା ଜାଣି କେନ୍ଦ୍ର ସରକାର ପ୍ଲାଜ୍‌ମା ଥେରାପି ଜାରି ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଲୋକନାୟକ ଜୟପ୍ରକାଶ ହସ୍‌ପିଟାଲ୍‌ରେ ପ୍ଲାଜ୍‌ମା ଥେରାପି ଚିକିତ୍ସା ଜାରି ରଖିବାକୁ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି ବୋଲି କେଜ୍‌ରିଓ୍ଵାଲ୍‌ ପ୍ରକାଶ କରିଛନ୍ତି । ବର୍ତ୍ତମାନ ୧୧୦୦ ରୋଗୀ କରୋନା ରୋଗରୁ ପୂର୍ଣ୍ଣ ଭାବେ ଚିକିତ୍ସିତ ହୋଇ ଫେରିଛନ୍ତି ।

ତେଣୁ ସେମାନଙ୍କର ପ୍ଲାଜ୍‌ମା ନେଇ ଅନ୍ୟ ରୋଗୀଙ୍କର ଚିକିତ୍ସା କରାଯାଇ ପାରିବ ବୋଲି କେଜରିଓ୍ଵାଲ୍‌ ପ୍ରକାଶ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.