Below header

ପୁରୀ ରଥଯାତ୍ରା ନିଷ୍ପତ୍ତି ମେ ୩ ପରେ ନୁହେଁ ମେ ୧୭ ପରେ ନିଆଯିବ

ଭୁବନେଶ୍ୱର (କେ ନ୍ୟୁଜ୍‌) : ବଢ଼ିଗଲା ଲକ୍‌ଡାଉନ୍‌ ଅବଧି । ଆହୁରି ଦୁଇ ସପ୍ତାହ ବର୍ତ୍ତମାନ ଭଳି ରହିବାକୁ ପଡ଼ିବ । କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏହି ବିଜ୍ଞପ୍ତି ଜାରି ହେବା ପରେ ଏବେ ସମସ୍ତଙ୍କର ଚିନ୍ତା ପଶିଛି । କାରଣ ଅନ୍ତତଃ ଦ୍ୱିତୀୟ ଲକ୍‌ଡାଉନ୍‌ ମେ ୩ ତାରିଖରେ ଶେଷ ହୋଇଥିଲେ ନିଜ ନିଜ ଯୋଜନା ଅନୁଯାୟୀ କିଛି କିଛି କାମ କରିବାକୁ ଆଶା କରି ବସିଥିଲେ ଲୋକେ । ତେବେ ଆଉ କିଛି ବଡ଼ କାମ ଏଥିପାଇଁ ଅଟକି ଯାଇଛି । ଯେମିତିକି ଶ୍ରୀକ୍ଷେତ୍ରରେ ଶ୍ରୀଜଗନ୍ନାଥଙ୍କ ରଥ ଯାତ୍ରା ।

ଚଳିତ ବର୍ଷ ରଥଯାତ୍ରା ହେବ କି ନାହିଁ ସେ ସମ୍ପର୍କରେ ମେ ୩ ତାରିଖ ପରେ ନିଷ୍ପତ୍ତି ନିଆଯିବ ବୋଲି କୁହାଯାଇଥିଲା । ଏବେ ଏହାକୁ ମେ ୧୭ ତାରିଖକୁ ଘୁଞ୍ଚାଇ ଦିଆଯାଇଛି । ଦେଶରେ କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଲକ୍‌ଡାଉନ୍‌ ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି । ତେଣୁ ସେହି ଅନୁସାରେ ଏବେ ରଥଯାତ୍ରା ନିଷ୍ପତ୍ତି ମଧ୍ୟ ଘୁଞ୍ଚାଇବାକୁ ପଡ଼ିଛି ।

PURI-1

ପୂର୍ବରୁ ରଥଯାତ୍ରା ଆୟୋଜନକୁ ନେଇ ମନ୍ଦିର ପ୍ରଶାସନ, ସେବାୟତମାନଙ୍କ ସହ ଆଲୋଚନା ହୋଇଥିଲା । ଗଜପତି ମହାରାଜ ଆଲୋଚନା କରିବା ପରେ ଶଙ୍କରାଚାର୍ଯ୍ୟଙ୍କୁ ଭେଟି ତାଙ୍କ ସହ ଏ ସମ୍ପର୍କରେ ଆଲୋଚନା କରିଥିଲେ । ତେବେ ଏହା ପରେ ମେ ୩ ତାରିଖରେ ଲକଡାଉନ୍‌ ସରିଲେ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ଦିଆଯାଇଥିଲା । ଏପଟେ ଅକ୍ଷୟ ତୃତୀୟାରୁ ରଥ କାମ ଅନୁକୂଳ ହୋଇଥିଲେ ମଧ୍ୟ ଏଯାଏ କାମ ଆରମ୍ଭ ହୋଇ ନାହିଁ । ଏବେ ଲକ୍‌ଡାଉନ୍‌ ସମୟ ବୃଦ୍ଧି ରଥଯାତ୍ରା ଆୟୋଜନକୁ ନେଇ ଅନେକ ପ୍ରଶ୍ନ ଉଠାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.