Below header

ତୃତୀୟ ପର୍ଯ୍ୟାୟ ଲକଡାଉନରେ ରେଡ, ଅରେଞ୍ଜ ଓ ଗ୍ରୀନ ଜୋନରେ ଖୋଲା ରହିବ ଏହିସବୁ ବ୍ୟବସାୟିକ ପ୍ରତିଷ୍ଠାନ, ଜାଣିନିଅନ୍ତୁ ସେ ବିଷୟରେ

କେନ୍ୟୁଜ(ବ୍ୟୁରୋ): ଦେଶରେ କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ତୃତୀୟ ଲକ୍‌ଡାଉନ୍‌ ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ମେ ୩ ତାରିଖରେ ସରିଥାନ୍ତା । ତେବେ ମେ ୪ରୁ ପୁଣି ଥରେ ଦୁଇ ସପ୍ତାହ ପାଇଁ ସାରା ଦେଶକୁ ଲକ୍‌ଡାଉନ୍‌ରେ ରହିବାକୁ ପଡ଼ିବ । କରୋନା ଆମକୁ ଏମିତି ଘରେ ବନ୍ଦ କରି ରଖିବାକୁ ବାଧ୍ୟ କରିଛି ତେବେ ଏହି ତୃତୀୟ ପର୍ଯାୟ ଲକଡାଉନରେ ଦେଶରେ ରେଡ ଜୋନ, ଅରେଞ୍ଜ ଜୋନ ଓ ଗ୍ରୀନ ଜୋନ ମାନଙ୍କରେ କେଉଁ କେଉଁ ବ୍ୟବସାୟିକ ପ୍ରତିଷ୍ଠାନ ଖୋଲାରହିବ ତାହା ବିଷୟରେ ଜାଣି ନିଅନ୍ତୁ ।

ରେଡ ଜୋନରେ କଡା କଟକଣା ରହିବ। ସ ର୍ତ୍ତମୂଳକ ଭାବେ ଯାତାୟତ କରିବ ଗାଡି। ଚାରି ଚକିଆ ଗାଡିରେ ଡ୍ରାଇଭରଙ୍କ ସମେତ ୨ ଜଣ ଯାଇପାରିବେ । ବାଇକ ପଛରେ କେହି ବସି ପାରିବେ ନାହିଁ।କୌଣସି ବସ୍ ଗଡିପାରିବ ନାହିଁ । ସନ୍ଧ୍ୟା ୭ରୁ ସକାଳ ୭ ଯାଏଁ ଅଣ ଅତ୍ୟାବଶ୍ୟକ କାମ କରିପାରିବେ ନାହିଁ ।

ଅରେଞ୍ଜ ଜୋନରେ କିଛି ସର୍ତ୍ତ ସହ ଟ୍ୟାକ୍ସି ଓ କ୍ୟାବ୍ ଚାଲିବ । ପ୍ରତ୍ୟେକ ଟ୍ୟାକ୍ସିରେ ଡ୍ରାଇଭରଙ୍କ ସମେତ ଜଣେ ଯାତ୍ରୀ ଯାଇପାରିବେ। ଅନ୍ତଃଜିଲ୍ଲା ଯାତାୟତ ପାଇଁ ଅନୁମତି ନେବାକୁ ପଡିବ ।ଚାରିଚକିଆ ଗାଡିରେ ଡ୍ରାଇଭରଙ୍କ ସମେତ ୨ ଜଣ ଯାତ୍ରୀ ଯାଇପାରିବେ।

ଗ୍ରୀନ୍ ଜୋନରେ କଟକଣା କୋହଳ ରହିବ ୫୦ ପ୍ରତିଶତ ଯାତ୍ରୀଙ୍କୁ ନେଇ ଚାଲିପାରିବ ବସ୍ । ଏଥିପାଇଁ କୌଣସି ଅନୁମତିର ଆବଶ୍ୟକତା ରହିବ ନାହିଁ ।ସାଂସ୍କୃତିକ, ଧାର୍ମିକ, ରାଜନୈତିକ କାର୍ଯ୍ୟକଳାପ ବନ୍ଦ ରହିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.