Below header

ପ୍ରଥମ ଥର ପାଇଁ ରାଖିଙ୍କ ଉପରେ ରାଗିଲେ ସଲମାନ୍‌, ବିଗବସ୍‌ ହାଉସରୁ ବେଘର କରିବାକୁ ଖୋଲିଦେଲେ ମୁଖ୍ୟ ଦ୍ୱାର

ବିଗବସ୍‌ ୧୪ରେ ଯେବେଠାରୁ ରାଖି ସାଓ୍ଵନ୍ତ ଆସିଲେଣି ସେବେଠାରୁ ଦର୍ଶକଙ୍କୁ ଖୁବ୍‌ ମନୋରଞ୍ଜନ କରୁଛନ୍ତି। ସବୁ ଓ୍ଵିକେଣ୍ଡ କା ଓ୍ଵାରରେ ସଲମାନ୍‌ ଖାନ୍‌ ମଧ୍ୟ ରାଖିଙ୍କର ତାରିଫ କରନ୍ତି। କିନ୍ତୁ ଆଗାମୀ ଏପିସୋଡରେ ସଲମାନ୍‌ ରାଖିଙ୍କ ଉପରେ ଭଡକୁଥିବା ଦେଖିବାକୁ ମିଳିଛି ଏବଂ ରାଖିଙ୍କୁ ଭଲ ମନ୍ଦ ଧୂମ୍‌ ଶୁଣାଇଛନ୍ତି।

ଶନିବାର ପ୍ରସାରିତ ହେଉଥିବା ଏପିସୋଡର ପ୍ରମୋ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ସର୍ବପ୍ରଥମେ ସଲମାନ ଘରର ସବୁ ସଦସ୍ୟଙ୍କ ଉପରେ କ୍ରୋଧିତ ହୋଇଥିବା ଦେଖିବାକୁ ମିଳୁଛି ଏବଂ କହୁଛନ୍ତି ‘କଣ ମୁଁ ଏସବୁ କଣ୍ଟେଟ୍‌ ପାଇଁ କରୁଛି’? ସଲମାନ୍‌ ଖାନ୍‌ ଆଗକୁ କହୁଛନ୍ତି ‘ଲୋଖଣ୍ଡଓ୍ଵାଲା, ତୁମେ କେଉଁ ଚନ୍ଦ୍ରରୁ ଆସିଛ’? ଏମିତି ଏଥିପାଇଁ କହିଲେ କାରଣ ଗତ ଏପିସୋଡରେ ନିକ୍କି ତମ୍ବୋଲୀ ରାଖିଙ୍କର ମେକଅପ୍‌ ବ୍ରାଣ୍ଡକୁ ‘ଲୋଖଣ୍ଡଓ୍ଵାଲା ବ୍ରାଣ୍ଡ’ କହିଥିଲେ।

salmanତାପରେ ଦେଖିବାକୁ ମିଳୁଛି ଯେ ଅଲ୍ଲି ଗୋନି ଭୁଲ ମାଗୁଛନ୍ତି, କିନ୍ତୁ ସଲମାନ୍‌ ତାଙ୍କୁ କହୁଛନ୍ତି, ‘ସେଟଅପ୍‌’। ଏହା ଏ ସିଜନରେ କାହିଁକି ଦେଖିବାକୁ ମିଳୁଛି କଣ୍ଟେଣ୍ଟ ଦିଅ। କଣ ମୁଁ ଏସବୁ କଣ୍ଟେଣ୍ଟ ପାଇଁ କରୁଛି? ଭାଡ ମେ ଗୟା କଣ୍ଟେଟ। ଯାହା ତୁମେ ମାନେ ଘରେ କରୁଛ, ବାସ୍‌ ସେଇଟା ଆମେ ଲୋକଙ୍କୁ ଦେଖାଉଛୁ।

ଆଗକୁ ସଲମାନ୍‌ ଖାନ୍‌ ରାଖିଙ୍କୁ ଥିଏଟର ରୁମକୁ ଡାକୁଛନ୍ତି ଏବଂ କହୁଛନ୍ତି ‘ଲୋକଙ୍କ ଉପରେ ଆଞ୍ଚ୍‌ ଲଗାଉଛ, ତାଙ୍କ ଚରିତ୍ର ଉପରେ ପ୍ରଶ୍ନ ଉଠଉଛ। ତେବେ ରାଖି ଏଥିରେ ସଫାଇ ଦେଇ କହୁଛନ୍ତି ସାର୍‌ କିନ୍ତୁ, ‘ଏହାପରେ ସଲମାନ୍‌ କ୍ରୋଧିତ ହୋଇ କହୁଛନ୍ତି ମୁଁ ସବୁବେଳେ ତୁମକୁ ସପୋର୍ଟ କରୁଥିଲି। ଯଦି ଏହା ତୁମ ଏଣ୍ଟରଟେନମେଣ୍ଟ, ତେବେ ଦରକାର ନାହିଁ ଆମକୁ ଏଣ୍ଟରଟେନମେଣ୍ଟ।

ସଲମାନ୍‌ କହୁଛନ୍ତି, ‘ଯଦି ଆପଣ ନିଜକୁ ଲାଇନ୍‌ ରଖିପାରିବ ନାହିଁ, ତାହେଲେ ଆପଣ ଏହି ସମୟରେ ଏହି ଶୋ ଛାଡିକି ଚାଲିଯାଇପାର। ଏହାପରେ ସଲମାନ କହୁଛନ୍ତି, ପ୍ଲିଜ ମୁଖ୍ୟ ଦ୍ୱାର ଖୋଲିଦିଅ। ରାଖି ଯେଉଁଠି ଛିଡା ହୋଇଥିଲେ ତାଙ୍କ ପଛରେ ଏକ ଦ୍ୱାର ରହିଛି। ଏହାପରେ ଦ୍ୱାର ଖୋଲିଯାଉଛି। ଏହା ଦେଖି ଘରର ସବୁ ସଦସ୍ୟ ଆଶ୍ଚର୍ଯ୍ୟ ହେଇଯାଉଛନ୍ତି। ଏବେ ଏହି ଏପିସୋଡ ତ ଦେଖିବା ବରେ ଜଣାପଡିବ ଯେ ସଲମାନଙ୍କ କ୍ରୋଧ କେବେ ଥମୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.