ଯାଜପୁର ଝରକୁଳ ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ, ୪ ବଖରା ଘର ଜଳି ଭସ୍ମୀଭୂତ

ଯାଜପୁର: ଭୟାବହ ଅଗ୍ନିକାଣ୍ଡ ଘଟି ୪ ବଖରା ଘର ଜଳି ଭସ୍ମୀଭୂତ। ଗତକାଲି ରାତିରେ ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅଧୀନ ଝରକୁଳ ଗ୍ରାମରେ ଘଟିଛି ଏହି ଅଭାବନୀୟ ଘଟଣା।

ଗ୍ରାମର ସେକ ସମସୁଲୁ ହକ ଓ ମନସୁର ହକଙ୍କ ଘରେ କୌଣସି କାରଣ ରୁ ନିଆଁ ଲାଗିଯିବା ଫଳରେ ୪ବଖରା ଘର ସମ୍ପୂର୍ଣ ଜଳିଯିବା ସହ ଗୃହପାଳିତ ପଶୁ ମଧ୍ୟ ଜଳି ଯାଇଛନ୍ତି। ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ ହୋଇଯାଇଛି। ଖବର ପାଇ ଘଟଣାସ୍ଥଳରେ ଚଣ୍ଡିଖୋଲ ଅଗ୍ନିଶମ ବାହିନୀ ପହଂଚି ନିଆଁକୁ ଆୟତ୍ତ କରିଥିବା ବେଳେ ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ଜଣା ପଡିନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.