ଝରାଫୁଲଙ୍କ ମୃତ୍ୟୁ ଘଟଣାରେ ପୋଲିସ ହାତରେ ବଳିଷ୍ଠ ପ୍ରମାଣ, ନିଶା ଦେଇ ଶ୍ୱାସରୁଦ୍ଧ କରି ହତ୍ୟା କରିଛି ରାକେଶ !

ଭୁବନେଶ୍ବର: ରମାଦେବୀ ଛାତ୍ରୀ ଝରାଫୁଲଙ୍କ ମୃତ୍ୟୁ ଘଟଣାରେ ପୋଲିସ ହାତରେ ଲାଗିଛି ବଳିଷ୍ଠ ପ୍ରମାଣ । ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ୱାଇଁକୁ ରିମାଣ୍ଡରେ ଆଣି ଜେରା ଓ କ୍ରାଇମ୍‌ ସିନ୍‌ ରିକ୍ରିଏଟ୍‌ କରିବା ପରେ ପୋଲିସକୁ ବଡ ସୁରାକ ମିଳିଛି । ଏବେ ଘଟଣାର ଭିିନ୍ନ ଭିନ୍ନ ଦିଗକୁ ନେଇ ତଦନ୍ତ ଆରମ୍ଭ କରିଛି ପୋଲିସ । ରାକେଶ ଝରାଫୁଲଙ୍କୁ ଶ୍ୱାସରୁଦ୍ଧ କରି ହତ୍ୟା କରିଛି ବୋଲି କୁହାଯାଉଛି । ରାକେଶ ନିଶା ଦେବା ପରେ ଶ୍ୱାସରୁଦ୍ଧ କରି ଝରାଫୁଲଙ୍କୁ ହତ୍ୟା କରିଛି । ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଏହାର ସୁରାକ୍‌ ମିଳିଥିବା ବେଳେ ରାକେଶ ମଧ୍ୟ ପୋଲିସ ଆଗରେ ଏହା ମାନିଥିବା କୁହାଯାଉଛି ।

jharaphula deathଏବେ ଭିସେରା ରିପୋର୍ଟକୁ ଅପେକ୍ଷା କରିଛି ପୋଲିସ । ଝରାଫୁଲଙ୍କ ମୃତ୍ୟୁ ରହସ୍ୟ ଉପରୁ ପୋଲିସ ଖୁବ୍‌ ଶୀଘ୍ର ପରଦା ହଟାଇବ । ତେବେ ଝରାଫୁଲଙ୍କୁ ଭଲ ପାଉଥିବା ରାକେଶ ହଠାତ୍‌ ହତ୍ୟା କଲା କାହିଁକି ? ଝରାଫୁଲଙ୍କୁ କେମିତି ହତ୍ୟା କଲା ? ହତ୍ୟାକାଣ୍ଡରେ ରାକେଶ ସହ ଆଉ କେହି ସାମିଲ ନାହାନ୍ତି ତ ? କୁହାଯାଉଛି, ଗେଷ୍ଟ ରହିଥିବା ବେଳେ ରାତିରେ ଦୁଇ ଜଣଙ୍କ ମଧ୍ୟରେ ଝଗଡା ହୋଇଥିଲା । ଏହା ପରେ ରାକେଶ ଝରାଫୁଲଙ୍କୁ ଶ୍ୱାସରୁଦ୍ଧ କରି ହତ୍ୟା କରିଥିଲା । ରାକେଶର ଡାକ୍ତରୀ ପରୀକ୍ଷା କରାଯିବା ସମୟରେ ରକ୍ତ ନମୁନା ଯାଞ୍ଚ କରାଯାଇଥିଲା । ସେ ନିଶାଦ୍ରବ୍ୟ ସେବନ କରୁଥିବା ପୋଲିସ ଜାଣିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.