Below header

ଦବଙ୍ଗ ପରେ ପୁଣି ପୋଲିସ ଭୂମିକାରେ ନଜର ଆସିବେ ଭାଇଜାନ, ଆସୁଛି ଗ୍ଯାଙ୍ଗଷ୍ଟର ଓ ପୋଲିସ ମଧ୍ୟରେ ସଂଘର୍ଷର କାହାଣୀ

ବଲିଉଡରେ ଚୁଲବୁଲ ପାଣ୍ଡେ ଦବଙ୍ଗ ଫିଲ୍ମରେ କାମ କରି ଫ୍ଯାନଙ୍କ ହ୍‌ଦୟରେ ରାଜ କରିଛନ୍ତି ସଲମାନ ଖାନ। ଏଥିପାଇଁ ତାଙ୍କୁ ଏବେ ପୋଲିସ ଭୂମିକା ଛଡା ଅନ୍ଯ କୌଣସି ରୋଲ ପସନ୍ଦ ଆସୁନି। ସଲମାନଙ୍କୁ ବଡ ପରଦାରେ ପୋଲିସ ଗେଟଅପରେ ଦେଖି ଫ୍ଯାନ ମଧ୍ୟ ପାଗଳ ହୋଇଯାଉଛନ୍ତି।

salman 1

ସୂଚନା ମୁତାବକ, ଏବେ ପୁଣିଥରେ ପୁଲିସ୍ ଚରିତ୍ରରେ ନଜର ଆସିବେ ବଲିଉଡ୍ ଭାଇଜାନ୍ ସଲ୍ମାନ୍ ଖାନ୍। ନିର୍ଦ୍ଦେଶକ ମହେଶ ମଞ୍ଜେରକରଙ୍କ ଅପକମିଂ ଫିଲ୍ମ ‘ଅନ୍ତିମ’ରେ ପୁଣିଥରେ ତାଙ୍କୁ ପୋଲିସ ଭୂମିକାରେ ଦେଖିବାକୁ ମିଳିବ। ଏହା ଏକ ମରାଠୀ ଫିଲ୍ମ ‘ମୁଲ୍ସି ପାର୍ଟନ୍’ର ହିନ୍ଦୀ ରିମେକ୍। ଏଥିରେ ସଲ୍ମାନଙ୍କ ବିପକ୍ଷରେ ଅଭିନେତା ଆୟୂଷ ଶର୍ମା ନଜର ଆସିବେ। ଗ୍ୟାଙ୍ଗଷ୍ଟର ଓ ପୋଲିସ ମଧ୍ୟରେ ସଂଘର୍ଷର କାହାଣୀକୁ ନେଇ ଫିଲ୍ମଟି ପ୍ରସ୍ତୁତ କରାଯିବ ବୋଲି ନିର୍ମାତାମାନେ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.