ଫାଇନାଲରେ ପ୍ରବେଶ ପାଇଁ ଆଜି ଦିଲ୍ଲୀ କ୍ଯାପିଟାଲ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ହେବ ଜୋରଦାର ଟକ୍କର

ଆଜି ଆଇପିଏଲ୍ ସିଜିନର ଦ୍ୱିତୀୟ କ୍ୱାଲିଫାୟରରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ସନରାଇଜର୍ସ ହାଇଦ୍ରାବାଦ୍ ପରସ୍ପରକୁ ଭେଟିବାକୁ ଯାଉଛନ୍ତି। ଫାଇନାଲରେ ଏଣ୍ଟ୍ରି ପାଇଁ ଆଜି ହେବ ଜୋରଦାର ଟକ୍କର। ତେଣୁ ଆଜିର ମ୍ୟାଚରେ ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ଉଭୟ ଦଳ ସବୁ ଶକ୍ତି ଖଟାଇବାକୁ ପ୍ରସ୍ତୁତ ରହିଛନ୍ତି। ସନରାଇଜର୍ସ ତୃତୀୟ ଥର ଆଇପିଏଲ୍ ଫାଇନାଲରେ ପ୍ରବେଶ ଲକ୍ଷ୍ୟରେ ରହିବ। ଦଳ ୨୦୧୬ରେ ଚାମ୍ପିଅନ୍ ହୋଇଥିବା ବେଳେ ୨୦୧୮ରେ ରନର୍ସ ଅପ୍ ହୋଇଥିଲା। ଅନ୍ୟ ପଟରେ କ୍ୟାପିଟାଲ୍ସ ପାଇଁ ପ୍ରଥମ ଥର ଫାଇନାଲରେ ପ୍ରବେଶ କରିବାର ସୁଯୋଗ ରହିଛି। ତେଣୁ ଦଳ ଏହି ସୁଯୋଗର ହାତଛଡ଼ା କରିବାକୁ ଚାହିଁବନି।

ଡେଭିଡ୍ ୱାର୍ଣ୍ଣରଙ୍କ ନେତୃତ୍ୱାଧିନ ସନରାଇଜର୍ସ ପ୍ରଥମ ପର୍ଯ୍ୟାୟ ଲିଗରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲେ ମଧ୍ୟ ଦ୍ୱିତୀୟ ପର୍ଯ୍ୟାୟରେ ଅବିଶ୍ୱସନୀୟ ପ୍ରତ୍ୟାବର୍ତ୍ତନ କରିଥିଲା। ଦଳ କ୍ରମାନ୍ୱୟରେ ଶେଷ ୩ଟି ଲିଗରେ ବିଜୟୀ ହୋଇ ପ୍ଲେ-ଅଫ୍ ସ୍ଥାନ ପକ୍କା କରିଥିଲା। ଏଲିମିନେଟରରେ ମଧ୍ୟ ଆଧିପତ୍ୟ ଜାରି ରଖି ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (୬ ୱିକେଟ୍ରେ)କୁ ବିଦା କରିଥିଲା।

match

କ୍ୟାପିଟାଲ୍ସ ପ୍ରଥମ ୯ଟି ମୁକାବିଲାରୁ ୭ଟିରେ ବିଜୟୀ ହୋଇ ଟାଇଟଲ୍ ଦାବିଦାର ରହିଛି। କିନ୍ତୁ ଶେଷ ଆଡ଼କୁ ଦଳ ଲୟ ହରାଇବା ସହ ପ୍ଲେ-ଅଫ୍ ସ୍ଥାନ ପାଇ ସଂଘର୍ଷ କରିଥିଲା। କ୍ୟାପିଟାଲ୍ସ ଲିଗ୍ ପର୍ଯ୍ୟାୟର ଉଭୟ ମ୍ୟାଚରେ ସନରାଇଜର୍ସ ନିକଟରୁ ପରାଜିତ ହୋଇଥିଲା । ତେଣୁ ଦଳ ଆଜି ପରାଜୟର ପ୍ରତିଶୋଧ ଲକ୍ଷ୍ୟରେ ରହିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.