Below header

ଭଦ୍ରକ: ନ୍ୟାୟ ଦାବିରେ ସ୍ୱାମୀ ଘର ଆଗରେ ସ୍ତ୍ରୀର ଧାରଣା , ମାଡ଼ ମାରି ଘରୁ ତଡିଦେଲେ ଶାଶୁ ଓ ଶ୍ବଶୁର

ଚାନ୍ଦବାଲି(କେନ୍ୟୁଜ୍):  ସ୍ତ୍ରୀର ଅଧିକାର ଦାବି କରି ନ୍ୟାୟ ଦାବିରେ ସ୍ୱାମୀର ଘର ଆଗରେ ସ୍ତ୍ରୀର ଧାରଣା । ସ୍ୱାମୀ ସହ ଶ୍ବଶୁର ଘରେ ରହିବା ପାଇଁ   ଧାରଣାରେ ବସିଛନ୍ତି ସ୍ତ୍ରୀ । ଗତକାଲି ରାତି    ତମାମ ଧାରଣାରେ  ବସିଛନ୍ତି ମହିଳା ଜଣକ । ଏଭଳି ଘଟଣା ଘଟିଛି   ଭଦ୍ରକ ଜିଲ୍ଲା ବାଂଶଡା ଥାନା ଚଡଦିଆରେ ।

ଅଭିଯୋଗ ମୁତାବକ ବାଂଶଡା ଥାନା ନଳଗୋହିରା ପୋଖରିସାହିର ଶୁକଦେବ ଜେନାଙ୍କ ଝିଅ ସବିତା ଜେନା ଚଡଦିଆ ମହାଳିକସାହିର ଧନି ମହାଳିକଙ୍କ ପୁଅ ଶଙ୍କର ମହାଳିକ ୨୦୧୯ ମସିହାରେ ପ୍ରେମ ବିବାହ କରିଥିଲା । ମନ୍ଦିରରେ ବିବାହ କରିବା ସହ କୋର୍ଟ ମ୍ୟାରେଜ ମଧ୍ୟ ହୋଇଥିଲା। ପରେ ସ୍ୱାମୀ ନିଜ ସ୍ତ୍ରୀକୁ ତାର ବାପ ଘରେ ଛାଡି ବାହାରକୁ କାମ କରିବାକୁ ପଳାଇଥିଲା । ସେବେଠାରୁ ସବିତା ନିଜ ବାପ ଘରେ ରହିଆସୁଛି । ତେବେ ଗତକାଲି ସବିତାକୁ ତାର ସ୍ୱାମୀ ନିଜ ଘରକୁ ଡାକିଥିଲେ ।  କିନ୍ତୁ  ସବିତା ଶ୍ବଶୁର ଘରକୁ ଯିବା ପରେ ତାଙ୍କ ଶାଶୁ ଓ ଶ୍ବଶୁର ତାଙ୍କୁ ମାଡ ମାରିବା ସହ ଘର ଭିତରକୁ ପୁରାଇଦେଲେନାହିଁ ବୋଲି ଅଭିଯୋଗ କରିଛନ୍ତି ସବିତା । ଏମିତିକି ସବିତାର ସ୍ୱାମୀକୁ ଘରେ ପୁରାଇ କବାଟ ଦେଇ ସବିତାକୁ ମାଡ ମାରି ବାହାରକୁ ବିଦା କରିଦେଇଥିବା ଅଭିଯୋଗ କରିଛନ୍ତି ସବିତା ।

daughter in law1

ତେବେ ନିଜର ଅଧିକାର ସାବ୍ୟସ୍ତ କରିବା ସହ ନ୍ୟାୟ ଦାବିରେ ବିଳମ୍ବିତ ରାତି ଯାଏ ସବିତା ତାଙ୍କ ଶଶୁର ଘର ଆଗରେ ଧାରଣାରେ ବସିଛନ୍ତି ।   ଦୀର୍ଘ ସମୟଧରି ଶ୍ବଶୁର ଘର ଆଗରେ ବସିରହିଥିବା ବେଳେ ସବିତାଙ୍କ ସ୍ୱାମୀର ଦେଖାମିଳିନଥିଲା ।   ଏ ଘଟଣାକୁ ନେଇ ସବିତାଙ୍କ ଭାଇ ବାଂଶଡା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.