ସଲମାନ ପୋଷ୍ଟର ଶେୟାର କରି କହିଲେ “ଯେତେ ଧଳା ମୋ କେଶ ଏବଂ ଦାଢ଼ୀ ସେତେ ରଙ୍ଗୀନ ମୋ ଜୀବନ”

ମୁମ୍ବାଇ : ବଲିଉଡ଼ର ଦବଙ୍ଗ ସଲମାନ ଖାନଙ୍କ ଆଗାମୀ ଫିଲ୍ମ ଭାରତର ଟ୍ରେଲରଏପ୍ରିଲ ୨୪ରେ ରିଲିଜ୍ ହେବାକୁ ଯାଉଛି। ଏହା ପୂର୍ବରୁ ଏଥିରେ ଥିବା ଏକ ଲୁକର ପୋଷ୍ଟର ରିଲିଜ୍ କରିଛନ୍ତି ସଲମାନ। ଏହି ପୋଷ୍ଟରରେ ସଲମାନ ବୃଦ୍ଧ ଭାବେ ନଜର ଆସିଥିବା ବେଳେ କ୍ୟାପସନରେ ଲେଖିଛନ୍ତି, ‘ଯେତିକି ମୋ ମୁଣ୍ଡ କେଶ ଏବଂ ଦାଢ଼ୀ ଧଳା ରହିଛି ସେତିକି ରଙ୍ଗୀନ ମୋ ଜୀବନ’।
ଫିଲ୍ମଟି ଜୁନ ୫ରେ ରିଲିଜ୍ ହେବାକୁ ଯାଉଛି। ଏହା କୋରେଆନ ପରିୟଡ ଡ୍ରାମା ଫିଲ୍ମ ର ରିମେକ ଅଟେ। ଏଥିରେ କୋରିୟନ ଇତିହାସ ସହ ଜଡିତ ଅନେକ କାହାଣୀ ଦର୍ଶାଯାଇଛି। ଫିଲ୍ମରେ ମୁଖ୍ୟ ଭୁମିକାରେ କେଟ୍ରିନା କୈଫ, ସଲମାନ ଖାବଙ୍କ ବ୍ୟତୀତ ଜାକି ସର୍ଫ, ଦିଶା ପଟାନୀ, ସୁନିଲ ଗୋଭର ଆଦିଙ୍କୁ ଦେଖିବାକୁ ମିଳିବ।
Jitne safed baal mere sar aur dhaadi mein hain, usse kahin zyada rangeen meri zindagi rahi hain! #Bharat@Bharat_TheFilm @aliabbaszafar @atulreellife @itsBhushanKumar #KatrinaKaif #Tabu @bindasbhidu @DishPatani @WhoSunilGrover @nikhilnamit @ReelLifeProdn @SKFilmsOfficial @TSeries pic.twitter.com/kHaz7kzkXu
— Salman Khan (@BeingSalmanKhan) April 15, 2019