Below header

ଭାଇ ଇବ୍ରାହିମଙ୍କ ଜନ୍ମଦିନରେ ସାରା ଅଲ୍ଲୀ ଖାନ୍ ସେୟାର କଲେ ବିକିନି ପିନ୍ଧା ଫଟୋ, ଯାହାକୁ ଦେଖି ଏପରି କମେଣ୍ଟ ଦେଲେ ୟୁଜର୍ସ

ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍ ନିଜର ଫିଲ୍ମ ଅପେକ୍ଷା ଫଟୋ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସୋସିଆଲ ମିଡିଆରେ ସେ ସବୁବେଳେ କିଛି ନା କିଛି ହଟକେ୍ ଅନ୍ଦାଜରେ ଫଟୋ ଉଠାଇ ପୋଷ୍ଟ କରିଥାନ୍ତି । ତେବେ ନିକଟରେ ସାରା ଏକ ବିକିନି ପିନ୍ଧା ଫଟୋ ସୋସିଆଲ ମିଡିଆରେ ସେୟାର କରିଥିଲେ, ଯାହାକୁ ନେଇ ତାଙ୍କୁ ଟ୍ରୋଲ କରାଯାଉଛି । କାରଣ ସାରା ନିଜର ଭାଇ ଇବ୍ରାହିମ ଅଲ୍ଲୀ ଖାନଙ୍କ ସହ ବିକିନି ପିନ୍ଧା ଏକ ଫଟୋ ସେୟାର କରିଛନ୍ତି। ଇବ୍ରାହିମ ଏବେ ୧୯ ବର୍ଷ ବୟସରେ ପାଦ ଦେଇଛନ୍ତି ତେବେ ତାଙ୍କ ଜନ୍ମଦିନରେ ସାରା ଶୁଭେଚ୍ଛା ଜଣାଇବା ସହ ଇନଷ୍ଟାଗ୍ରାମରେ କିଛି ଫଟୋ ମଧ୍ୟ ସେୟାର କରିଥିଲେ। ଏହି ଫଟୋ ମାଲଦ୍ବୀପରେ ଛୁଟି କଟାଇବା ସହ ଥିଲା। ଫଟୋ ସେୟାର କରିବା ସହ ସାରା ଏକ କ୍ୟାପ୍ସନରେ ଲେଖିଥିଲେ ଯେ ” ଜନ୍ମଦିନର ଅନେକ ଶୁଭକାମନା ଭାଇ। ମୁଁ ତୁମକୁ ତୁମଠୁ ବି ଅଧିକ ଭଲପାଏ ଓ ଆଜି ମୁଁ ତୁମକୁ ବହୁତ ମିସ୍ କରୁଛି। ”


ଇବ୍ରାହିମ ଅଲି ଖାନଙ୍କର ଏହା ୧୯ ତମ ଜନ୍ମଦିବସ । ଇବ୍ରାହିମ ସୈଫ ଅଲ୍ଲୀ ଖାନ ଓ ଅମୃତା ସିଂଙ୍କର ପୁଅ ଅଟନ୍ତି । ତେବେ ସେ ଦେଖିବାକୁ ଅବିକଳ ସୈଫଙ୍କ ପରି । ନିକଟରେ ସାରା ଅଲ୍ଲି ଖାନ ତାଙ୍କ ଭାଇ ସହିତ ନିଜର ଫଟୋ ସେୟାର କରି ତାଙ୍କୁ ବାର୍ଥଡେ ୱିସ କରିଛନ୍ତି । ଯଦିଓ ସାରା ଅଲ୍ଲି ଖାନଙ୍କର ଯେକୌଣସି ଫଟୋ କିମ୍ବା ଭିଡିଓ ଅତିଶୀଘ୍ର ସୋସିଆଲ ମିଡିଆରେ ଭାଇରଲ ହୋଇଯାଇଥାଏ । ତେବେ ସାରାଙ୍କ ଏହି ପୋଷ୍ଟ ସୋସିଆଲ ମିଡିଆରେ ଫ୍ୟାନ୍ସ ମାନଙ୍କୁ ପସନ୍ଦ ଆସିନଥିଲା । ଫଟୋ ଦେଖିବା ପରେ ଅନେକ ଏହାକୁ ଟ୍ରୋଲ କରିଥିଲେ। ଅନେକ ୟୁଜର କହିଥିଲେ ଭାଇ ସହିତ କିଏ ବିକିନୀ ପିନ୍ଧି ଫଟୋ ପୋଜ୍ ଦିଏ ? ଆଉ କେହି କହିଥିଲେ, ଟିକିଏ ତ ଲଜ୍ୟାକର ଦିଦି.. ଜନ୍ମଦିନର ଶୁଭେଚ୍ଛା ଦେବା ପାଇଁ ଆପଣଙ୍କୁ କେବଳ ଏହି ଫଟୋ ହିଁ ମିଳିଲା ?

 

View this post on Instagram

 

Fam-Jam 🌈🧿 Sun-Tan ☀️ 🌊

A post shared by Sara Ali Khan (@saraalikhan95) on


ସାରା ଏବେ ତାଙ୍କ ଭାଇ ଇବ୍ରାହିମଙ୍କ ସହ ମୁମ୍ବାଇରେ ନାହାନ୍ତି। କାରଣ ସେ ଏବେ ଆନନ୍ଦ ଏଲ ରୟଙ୍କ ଆଗାମୀ ଫିଲ୍ମ ‘ଅତରଙ୍ଗୀ ରେ’ ର ସୁଟିଂ ପାଇଁ ବନାରସରେ ଅଛନ୍ତି। ଏହି ଫିଲ୍ମର ସୁଟିଂ ୫ ମାର୍ଚ୍ଚରୁ ଆରମ୍ଭ ହୋଇଛି । ଏହି ଫିଲ୍ମ​ରେ​‌ ସାରା ଅକ୍ଷୟ କୁମାର ଓ ଧନୁଷଙ୍କ ସହିତ ଦେଖିବାକୁ ମିଳିବେ। ସାରାଙ୍କ ଭଳି ତାଙ୍କ ଭାଇ ଇବ୍ରାହିମ ମଧ୍ୟ ବଲିଉଡରେ ଡେବ୍ୟୁ କରିବାକୁ ଇଚ୍ଛା ରଖନ୍ତି। ନିକଟରେ ଏକ ଇଣ୍ଟରଭ୍ୟୁରେ ମଧ୍ୟ ସେ ଖୋଲିକି କହିସାରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.