Below header

ସୈଫଙ୍କୁ ଭେଟିଲା ପରେ ସ୍ମ୍ରୁତି ଇରାନୀଙ୍କୁ ମନେ ପଡିଲା ୨୩ ବର୍ଷର ପୁରୁଣା ରହସ୍ୟ, ଫଟୋକୁ ସେୟାର କରି କଲେ ଖୁଲାସା

ମୁକେଶ ଅମ୍ବାନୀଙ୍କ ଝିଅଙ୍କର ବିବାହ ଖୁବ୍ ଚର୍ଚ୍ଚାରେ ରହି ଆସିଛି। ୧୨ ଡିସମ୍ବରରେ ଦେଶର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ଘରକୁ ବଲିଉଡ ତାରକା, ରାଜନେତା, କ୍ରିକେଟର, ବିଜିନେସ ଟାଇକୁନଙ୍କଠୁଆରମ୍ଭ କରି ସବୁ ବଡ ବଡ ଲୋକ ବିବାହରେ ସାମିଲ ହୋଇଥିଲେ। ଏହି ବିବାହର ଗୋଟେ ଫଟୋ ଏବେ ଖୁବ ଭାଇରାଲ ହୋଇଛି। ଯେଉଁଥିରେ ଭାରତର ବୟନଶୀଳ୍ପ ମନ୍ତ୍ରୀ ସ୍ମୃତି ଇରାନୀ ଓ ବଲିଉଡ ଷ୍ଚାର ସୈଫ ଅଲୀ ଖାନଙ୍କୁ ଏକତ୍ର ସେଲଫି ନେଇଥିବାର ଦେଖିବାକୁ ମିଳିଛି ।

ଏହି ଅଭୁଲା ସ୍ମୃତି ପାଇଁ ସ୍ମୃତି ଇରାନୀ ନିଜ ପୋଷ୍ଟରେ ସୈଫ ଅଲୀ ଖାନଙ୍କୁ ଶୁଭକାମନା ସହିତ ଧନ୍ୟବାଦ ମଧ୍ୟ ଜଣେଇଥିଲେ । ସେଲ୍ଫିରେ ସ୍ମୃତି ଇରାନୀ ଓ ସୈଫ ଅଲୀ ଖାନ ବହୁତ ଖୁସି ଦେଖାଯାଉଥିଲେ।

Saif Ali Khanଏହି ଫଟୋଟି ଈଶା ଅମ୍ବାନୀଙ୍କ ବିବାହରେ ଉଠାଯାଇଥିଲା । ସ୍ମୃତି ଇରାନୀ ନିଜେ ଏହି ଫଟୋକୁ ଇଂଷ୍ଟାଗ୍ରାମ ଏକାଉଂଟରେ ସେଆର କରିଥିଲେ। ସେଲ୍ଫି ସହିତ ସ୍ମୃତି ଓ ସୈଫଙ୍କ ୨୩ ବର୍ଷ ପୁରୁଣା ରହସ୍ୟର ଖୁଲାସା ହୋଇଥିଲା। ସ୍ମୃତି ଇରାନୀ କହିଛନ୍ତି ଯେ ଯେତେବେଳେ ସେ କ୍ୟାରିୟର ପାଇଁ ସଂଘର୍ଷ କରୁଥିଲେ ସେତେବେଳେ ସୈଫ ଅଲୀ ଖାନ ତାଙ୍କୁ ସଫଳତା ପାଇଁକିଛି ଟିପ୍ସ ଦେଇଥିଲେ। ଯାହା ନିଜ ସପ୍ନ ପୁରା କରିବା ପାଇଁ ଯଥେଷ୍ଟ ଉତ୍ସାହିତ କରିଥିଲା।

smrutiସେ ରାଜନିତୀକୁ ଆସିବା ପୁର୍ବରୁ ଟେଲିଭିଜନ ଇଣ୍ଡଷ୍ଟ୍ରିରେ କାମ କରୁଥିଲେ। ସେ ଟେଲିଭିଜନଇଣ୍ଡଷ୍ଟ୍ରିରେ ବହୁତ ଚର୍ଚ୍ଚିତ ଥିଲେ। ଅନେକ ଧାରାବାହିକରେ କାମ କରିଥିଲେ ମଧ୍ୟ, ସେ ଏକତାକପୁରଙ୍କ “କ୍ୟୁଁକୀ ଶାସ ଭି କଭୀ ବହୁ ଥି” ମାଧ୍ୟମରେ ବେଶ ପ୍ରତିଷ୍ଠା ଲାଭ କରିଥିଲେ । ସେ ଏହି ଧାରାବାହିକରେ ଘରେ ଘରେ ବହୁ ଚର୍ଚ୍ଚିତ ଥିଲେ। ଏହା ପୂର୍ବରୁ ସେ ମଡେଲିଂ କରୁଥିଲେ।ସେ ୧୯୯୮ରେ ମିସ୍ ଇଣ୍ଡିଆ ବ୍ୟୁଟୀ ପ୍ରେଜେଣ୍ଟରେ ମଧ୍ୟ ଅଂଶଗ୍ରହଣ କରିଥିଲେ। ଏହାପରେ ମିକା ସିଂହଙ୍କର ଗୀତ ଲଗ୍ ଗଇ ଆଗ୍ ମେଁ ନଜର ଆସିଥିଲେ। ୨୦୦୦ ମସିହାରେ ସେ ‘ଆତିଶ’, ‘ହମ୍ ହେ କଲ୍ ଓୌର କଲ୍’ ଭଳି ସିରିୟଲରେ ନଜର ଆସିଥିଲେ।

smriti iraniପରବର୍ତ୍ତିସମୟରେ ସ୍ମୃତି ଟେଲିଭିଜନ ଦୁନିଆ ଛାଡି ୨୦୦୩ ମସିହାରେ ରାଜନୀତିରେ ପ୍ରବେଶ କରିଥିଲେ । ସେ ବିଜେପିରେ ଯୋଗଦେଇଥିଲେ । ସ୍ମୃତି ପିଲାବେଳୁ ହିଁ ଆରଏସଏସ ସହ ସଂପୃକ୍ତ ଥିଲେ ।୨୦୦୪ ମସିହାରେ ସ୍ମୃତି ଭାରତୀୟ ଜନତା ପାର୍ଟି ମହାରାଷ୍ଟ୍ର ଶାଖା ଯୁବମୋର୍ଚ୍ଚାର ଉପସଭାନେତ୍ରୀ ଭାବେ ଦାୟିତ୍ବ ନେଇଥିଲେ । ୨୦୦୪ ସାଧାରଣ ନିର୍ବାଚନ ବେଳେ ସେ ଦିଲ୍ଲୀ ଚାନ୍ଦନୀଚୌକ ଆସନରୁ ପ୍ରତିଦ୍ବନ୍ଦ୍ବିତା କରି କପିଲ ଶିବଲଙ୍କ ଠାରୁ ପରାସ୍ତ ହୋଇଥିଲେ ।

saif ali smriti୨୦୧୪ ସାଧାରଣ ନିର୍ବାଚନରେ ସେ ଅମେଠି ଆସନରୁ ପ୍ରତିଦ୍ବନ୍ଦ୍ବିତା କରି ରାହୁଲ ଗାନ୍ଦୀଙ୍କ ଠାରୁ ପରାସ୍ତ ହୋଇଥିଲେ । ତେବେ ପରବର୍ତ୍ତୀ ସମୟରେ ସେ ଗୁଜରାଟରୁ ରାଜ୍ୟସଭା ସଦସ୍ୟା ଭାବେ ନିର୍ବାଚିତ ହୋଇଥିଲେ । ୨୦୧୪ ମସିହାରେ ପ୍ରଥମେ ସେ ମାନବ ସମ୍ବଳ ବିକାଶମନ୍ତ୍ରୀ ଭାବେ ଦାୟିତ୍ବ ନେଇଥିଲେ । ତେବେ କମ ଶିକ୍ଷାଗତ ଯୋଗ୍ୟତା ଥିବା ସ୍ମୃତିଙ୍କୁ ମାନବ ସମ୍ବଳ ବିକାଶ ମନ୍ତ୍ରୀଦାୟିତ୍ବ ଦେବା ନେଇ ମୋଦି ସରକାର ବିଭିନ୍ନ ସମାଲୋଚନାର ଶିକାର ହୋଇଥିଲେ । ଏବେମୋଦିଙ୍କ କ୍ୟାବିନେଟରେ ସେ ବୟନଶିଳ୍ପ ମନ୍ତ୍ରୀ ଅଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.