Below header

ଅନୁଗୁଳରୁ ବଲିଉଡ୍‌ ଯାତ୍ରା, ଜାଣନ୍ତୁ ସାହେବ ସିଂହଙ୍କ ସଂଘର୍ଷ କାହାଣୀ

ବଲିଉଡ୍ କାହାଣୀ ଠାରୁ କିଛି ଭିନ୍ନ ନୁହେଁ ଓଡ଼ିଆ ପୁଅ ସାହେବ ସିଂହଙ୍କ ଜୀବନ ଯାତ୍ରା । ଦିନେ ଓଲିଉଡ୍‌ରେ ହିରୋ ହେବାକୁ ଅନୁଗୁଳରୁ ଆସି ଭୁବନେଶ୍ୱରରେ ପହଞ୍ଚିଥିଲେ। ହିରୋ ହେବାକୁ ତ ଚେହେରା ନଥିଲା। ହେଲେ ପାଖାପାଖି ୧୫ଟି ଫିଲ୍ମରେ ଭିଲିଆନ୍ ରୋଲ୍ କରିବାର ସୁଯୋଗ ପାଇଥିଲେ। ଓଡ଼ିଶାରେ କାମ କରିବା ପରେ ସାହେବ ସିଂହ ଅଚାନକ ମୁମ୍ବାଇରେ କାମ ପାଇଗଲେ । ଯାହା ଏକ ସଂଯୋଗ ଥିଲା ବୋଲି କହିଲେ ଭୁଲ ହେବ ନାହିଁ ।

ଓଡ଼ିଆ ସିରିଏଲ୍ ‘ଯାଜ୍ଞସନୀ’ରେ କାମ କରିବାକୁ ଅଫର୍ ମିଳିଲା । ଯାହାର‌ ସୁଟିଂ ହେଉଥିଲା ମୁମ୍ବାଇରେ। ଯାଜ୍ଞସନୀ ସୁଂଟି ମଝିର ବ୍ରେକ୍‌ରେ ହିନ୍ଦୀ ସିରିଏଲ୍ ସୁଟିଂ ଦେଖିବାକୁ ଯାଇ ସାହେବ୍‌ଙ୍କୁ ହିନ୍ଦୀ ସିରିଏଲ୍ ଜଗତରେ ପ୍ରଥମ ଏଣ୍ଟ୍ରି ମିଳିଥିଲା। ଆଉ ଏବେ ମୁମ୍ବାଇ ଟେଲି ସିରିଏଲ୍ ଜଗତରେ ସେ ଜଣେ ଜଣାଶୁଣା ଚେହେରା। ମେଗା ସିରିଏଲ୍ ବୀରା, ପିୟା ରଙ୍ଗରେଜ୍, ମହା ରାଣାପ୍ରତାପ ପେଶୱା, ଜୟଜୟ ବଜରଙ୍ଗୱଲି, ଫିୟର ଫାଇଲସ, ସିଆଇଡି ଏମିତି ଅନେକ ହିନ୍ଦୀ ଟେଲି ସିରିଏଲ୍‌ରେ ସେ କାମ କରିଛନ୍ତି।

ତେବେ ସବୁ କଳାକାରଙ୍କ ଭଳି ୨୦୨୦ର‌ କରୋନା‌ ପରିସ୍ଥିତି ସାହେବଙ୍କୁ ମଧ୍ୟ ଖୁବ୍‌ ବାଧିଥିଲା । ମୁମ୍ବାଇରେ ରହି ଆର୍ଥିକ ଓ ମାନସିକ କଷ୍ଟ ସହିଲେ । କଣ କରିବେ କଣ ନକରିବେ ଏଭଳି ସ୍ଥିତି ତାଙ୍କୁ ଚିନ୍ତାରେ ପକାଇ ଦେଇଥିଲା । ହେଲେ ଧୈର୍ଯ୍ୟ ରଖିଲେ ଆଉ ଧୀରେ ଧୀରେ ପରସ୍ଥିତି ବଦଳିବାରେ ଲାଗିଲା । ଏବେ‌ ପୁଣିଥରେ ନୂଆ ପ୍ରୋଜେକ୍ଟ ସହ କାମ କରୁଛନ୍ତି। ମନରେ ନୂଆ ଉତ୍ସାହ ନେଇ ଅଭିନୟର ଯାଦୁ ଦେଖାଉଛନ୍ତି ସାହେବ ସିଂହ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.