Below header

ନିଆରା ଢଙ୍ଗରେ ବଡଦିନ ପର୍ବକୁ ସ୍ବାଗତ, ଦେଖନ୍ତୁ ଉତ୍ସବର ଏହି ଦୃଶ୍ୟ

ଭଂଜନଗର (କେନ୍ୟୁଜ ) : ବଡଦିନ ପର୍ବକୁ ନିଆରା ଢଙ୍ଗରେ ସ୍ବାଗତ କରିଛନ୍ତି କିଛି ଉପାନ୍ତ ଅଞ୍ଚଳର ଖ୍ରୀଷ୍ଟଧର୍ମାବଲମ୍ବୀ ମାନେ । ବଣ-ପାହାଡ ଘେରା ପରିବେଶରେ ରହିଲେ ମଧ୍ୟ କୋଭିଡ୍ କଟକଣାକୁ ଭଲ ଭାବରେ ବୁଝିପାରିଛନ୍ତି ସେମାନେ । ପ୍ରଭୁ ଯୀଶୁଙ୍କ ଧରାବତରଣକୁ ଭିନ୍ନ ଶୈଳୀରେ ସ୍ବାଗତ କରିଛନ୍ତି । ଗଂଜାମ ଜିଲ୍ଲା ଭଂଜନଗର ଉପଖଣ୍ଡ ଅନ୍ତର୍ଗତ ଏମିତି କିଛି ଉପାନ୍ତ ଅଞ୍ଚଳରେ ବଡଦିନ ପର୍ବକୁ ସ୍ବାଗତ କରିବା ଅବସରରେ , ଆମେ ପହଞ୍ଚିଥିଲୁ ସେଠାରେ ।

ସହରୀ କୋଳାହଳ ଠାରୁ ଅନେକ ଦୂରରେ । ବଣ-ପାହାଡ ଘେରା, ଶୂନଶାନ୍-ଶୀତୁଆ ରାତି । ସଞ୍ଜ ନଇଁଗଲା ପରେ , ରଂଗ-ବେରଙ୍ଗର ଚିକମିକ୍ ବିଦ୍ୟୁତ ଆଲୁଅ ନଥିଲା । ଗାଁ ଦାଣ୍ଡରେ ଧୁନି ଜାଳି , ପାରମ୍ପରିକ ବାଦ୍ୟ ଓ ମହୁରୀର ତାଳେ ତାଳେ ଗୀତ ଗାଇ ପ୍ରଭୁ ଯୀଶୁଙ୍କ ଧରାବତରଣକୁ ସ୍ଵାଗତ ଜଣାଉଥଲେ ପିଲାଠୁ ବୟସ୍କ । ପାଖରେ ଚର୍ଚ୍ଚ ଥିଲେବି କୋଭିଡ୍ କଟକଣାକୁ ମାନି ନିରାପଦ ଦୂରରେ ରହି ଗାଁ ଦାଣ୍ଡରେ ନିଜ ନିଜ ଘରଆଗରେ ନାଚ-ଗୀତରେ ଉତ୍ସବ ମନାଉଛନ୍ତି ଭଂଜନଗର ଉପଖଣ୍ଡ ଅନ୍ତର୍ଗତ ଜଡାପଲ୍ଲୀ ଗାଁ ର ଲୋକେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.