ମୁମ୍ବାଇ : ରିଲିଜ ହୋଇଛି ଫିଲ୍ମ ସୁଇଧାଗାର ଲୋଗୋ। ରିଲିଜ ହେଉ ହେଉ ଚର୍ଚ୍ଚାରେ ରହିଛି ଲୋଗୋ । ଏହା ବେଶ ୟୁନିକ୍ ଓ ଡିଫରେଣ୍ଟ୍ ରହିଛି। କମ୍ପ୍ୟୁଟରରେ ଲୋଗା ଡିଜାଇନ ନକରି ସୁଇଧାଗାରେ ଡିଜାଇନ୍ କରାଯାଇଛି। ୟଶରାଜ ପ୍ରଡକ୍ସନ ଏଥର କିଛି ଅଲଗା କରିବାକୁ ଚେଷ୍ଟା କରିଛି।
ଲୋଗୋ ରିଲିଜ ନେଇ ଫିଲ୍ମର ପ୍ରଯୋଜନା ସଂସ୍ଥା ଏକ ଭିଡିଓ ଜାରୀ କରିଛି। ଯେଉଁଥିରେ ବରୁଣ ଧାଓ୍ଵନ ଓ ଅନୁଷ୍କା ଶର୍ମାଙ୍କୁ ଦେଖିବାକୁ ମିଳିଛି। ଭିଡିଓରେ ବରୁଣ ଓ ଅନୁଷ୍କା କହୁଛନ୍ତି କିପରି ଦେଶର ବିଭିନ୍ନ ଭାଗରୁ ଏହି ଲୋଗା ଡିଜାଇନ କରାଯାଇଛି। ଏହା ସହ କଣ ପାଇଁ ପ୍ରଯୋଜନା ସଂସ୍ଥା ଏଭଳି କିଛି ଅଲଗା କରିବାକୁ ଚେଷ୍ଟା କରିଛି।
ଦେଶର ବିଭିନ୍ନ ରାଜ୍ୟ ଯେପରି ରାଜସ୍ଥାନ, ଓଡିଶା, ଗୁଜରାଟ, କାଶ୍ମୀରରେ ହ୍ୟାଣ୍ଡଲୁମର କାମ ଅଲଗା। ସେମାନଙ୍କର ବୁଣାବୁଣି କାମ ସ୍ୱତନ୍ତ୍ର ଓ ଅନ୍ୟ ରାଜ୍ୟ ଠାରୁ ଭିନ୍ନ। ଦେଶର ବିଭିନ୍ନତାକୁ ଦର୍ଶାଇବା ପାଇଁ ଅଲଗା ଅଲଗା ରାଜ୍ୟ ଓ ତାର ହସ୍ତକଳାକୁ ଦେଖାଯାଇଛି। ଲୋଗୋ ପ୍ରସ୍ତୁତି ପାଇଁ ଫିଲ୍ମର ଟିମ୍ ମେମ୍ବର ଦେଶର ଏଭଳି ସ୍ଥାନରେ ପହଞ୍ଚିଥିଲେ ଯେଉଁଠିକାର ହସ୍ତକଳାର ଚର୍ଚ୍ଚା ବେଶି ହୁଏ ନାହିଁ। ଏଭଳି କିଛି ଡିଭରେଣ୍ଟ୍ ଚେଷ୍ଟା କରିଛି ୟଶରାଜ ପ୍ରଡକ୍ସନ୍।