Below header

ଡ଼ାଇଭୋର୍ସ ହୋଟେଲ : ହୋଟେଲରେ ପ୍ରବେଶ ସମୟରେ ଥାଆନ୍ତି ବିବାହିତ ଚେକ୍ ଆଉଟ ସମୟରେ ହୋଇଯାଇଥାଏ ଛାଡ଼ପତ୍ର

ଦୁନିଆରେ ବିଭିନ୍ନ ପ୍ରକାରର ହୋଟେଲ ଏବଂ ରେସ୍ତୋରାଁ ରହିଛି। ନିଜ ଗ୍ରାହକଙ୍କୁ ଆକରୁଷ୍ଟ କରିବା ପାଇଁ ଅନେକ ଅଭିନବ ଉପାୟ ଅବଲମ୍ବନ କରିଥାନ୍ତି ହୋଟେଲ ମାଲିକ। ଏନେଇ ବିଭିନ୍ନ ପ୍ରକାରର ଥିମ୍ ଥିବା ହୋଟେଲର ନିର୍ମାଣ କରାଯାଇଥାଏ। ଏବେ ନିକଟରେ ନେଦରଲ୍ୟାଣ୍ଡରେ ଡ଼ାଇଭୋର୍ସ ହୋଟେଲ ଆରମ୍ଭ କରାଯାଇଛି ଯେଉଁଠାରେ ବିବାହିତ ଦମ୍ପତୀଙ୍କର ଛାଡ଼ପତ୍ର କରାଯାଇଥାଏ। ଏହି ହୋଟେଲଟି ଖାସ ସେହି ବ୍ୟକ୍ତିଙ୍କ ପାଇଁ ପ୍ରସ୍ତୁତ କରାଯାଇଛି ଯେଉଁମାନଙ୍କର ସଂପର୍କ ଶେଷ ହେବା ପରିସ୍ଥିତିରେ ରହିଛି। ଏହି ଦମ୍ପତି ବିବାହିତ ଭାବେ ହୋଟେଲରେ ପ୍ରବେଶ କରିଥାନ୍ତି କିନ୍ତୁ ଚେକଆଉଟ ସମୟରେ ସେମାନଙ୍କର ଛାତ୍ରପଡ଼ ହୋଇଯାଇଥାଏ। ଏହି ହୋଟେଲର ନାଁ ଏଥିପାଇଁ ରଖାଯାଇଛି “ଡ଼ାଇଭର୍ସ ହୋଟେଲ”।

 

ତେବେ ଏହି ହୋଟେଲରେ ଦମ୍ପତିଙ୍କ ସଂପର୍କର ଶେଷ ପ୍ରତିଟି ମୂହୁର୍ତ୍ତକୁ ଅନୁଭୂତ କରିବା ପାଇଁ ବିଭିନ୍ନ ପ୍ରକାରର ସୁବିଧା ଦିଆଯାଇଛି। ହୋଟେଲରେ ଦମ୍ପତି ବାଇକ୍ ରାଇଡ଼୍ସ କରିବା ସହ ଅନେକ ପ୍ରକାରର କୌତୁହ କାମ କରିପାରିବେ। ଯାହା ସେ କେବେ ତାଙ୍କ ବିବାହିତ ଜୀବନରେ କରିପାରି ନଥିଲେ। ଏହି ହୋଟେଲରେ ରୁମ୍ ୬ରୁ ୧୦ ହଜାର ପାଉଣ୍ଡ ମଧ୍ୟରେ ମିଳିଥାଏ। ଏହା ଛଡ଼ା ଗ୍ରାହକଙ୍କ ସୁବିଧା ପାଇଁ ବିଶେଷ ଭାବେ ଟ୍ରେନିଂ ଦିଆଯାଇଥିବା ଓକିଲ ଏବଂ ମଧ୍ୟସ୍ଥି ମଧ୍ୟ ରଖାଯାଇଛି। ଯେଉଁମାନେ କେବଳ ଦୁଇ ଦିନରୁ ଏକ ସପ୍ତାହ ମଧ୍ୟରେ ଦମ୍ପତିଙ୍କର ଛାଡ଼ପତ୍ରର ସମସ୍ତ ବ୍ୟବସ୍ଥା କରିଥାନ୍ତି।

ତେବେ ଏହି ହୋଟେଲରେ ବୁକିଂ ସମୟରେ ଗୋଟିଏ ଅପସନ ମଧ୍ୟ ଆସିଥାଏ ଯେଉଁଠାରେ ଆପଣ ଅଫିସିଆଲ ଛାଡ଼ପତ୍ର ବା ଅନଲାଇନ୍ ଛାଡ଼ପତ୍ର କରିବାକୁ ଯାଉଛନ୍ତି ସେନେଇ ସୂଚନା ଦେଇପାରିବେ। ଏହି ହୋଟେଲଟି ନେଦରଲ୍ୟାଣ୍ଡ ଏବଂ ନ୍ୟୁୟୋର୍କରେ ନିର୍ମାଣ କରାଯାଇଛି। ତେବେ ଏହି ବର୍ଷର ଶେଷ ସୁଧା ଲସଏଞ୍ଜଲର୍ସରେ ମଧ୍ୟ ଏହିପରି ହୋଟେଲ ନିର୍ମାଣ କରାଯିବାର ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.