Below header

ଆମାଜନ୍ ଫ୍ରିଡ଼ମ୍ ସେଲରେ ମିଳିବ ଗାଜେଟ୍, ସ୍ମାର୍ଟଫୋନ୍ ଆଦିରେ ବିଗ୍ ବଜେଟ୍ ରିହାତି

ନୂଆଦିଲ୍ଳୀ : ଆମାଜନର ଫ୍ରିଡ଼ମ୍ ସେଲ୍ ଆଜି ୯ ଅଗଷ୍ଟରୁ ଆରମ୍ଭ ହେବାକୁ ଯାଉଛି। ଏହା ୧୨ ଅଗଷ୍ଟ ମଧ୍ୟରାତ୍ରୀ ପର୍ୟ୍ୟନ୍ତ ଚାଲିବ। ଏହି ସେଲରେ ମୋବାଇଲ, ନୋଟବୁକ୍, ହୋମ ଏଣ୍ଟରଟେଣ୍ଟମେଣ୍ଟ ଗାଜେଟ୍ ଏବଂ ଅଡ଼ିଓ ଏକ୍ସସୋରିଜ୍ ଆଦି ଉପରେ ଶାନଦାର ରିହାତି ଅଫର ରହିଛି। ଆସନ୍ତୁ ଜାଣିବା କଣ ରହିଛି ଅଫର।

ଅନର ୭ଏକ୍ସ ସ୍ମାର୍ଟଫୋନର ମୂଲ୍ୟ ୧୬,୯୯୯ ଟଙ୍କା କିନ୍ତୁ ଅଫରରେ ଏହାର ମୂଲ୍ୟ ୧୦,୯୯୯ ଟଙ୍କା ରହିଛି। ତାହାବି ୧/୬୪ଜିବି ବାରିଏଣ୍ଟରେ ମିଳିବ। ଏଥିରେ ପୁରୁଣା ସ୍ମାର୍ଟଫୋନର ଏକ୍ସଚେଞ୍ଜରେ ୭,୬୦୦ଟଙ୍କାର ରିହାତି ମଧ୍ୟ ପାଇପାରିବେ। ଏଥିସହ ଅନର ଭିୟୁ୧୦ର ମୂଲ୍ୟ ୩୫,୯୯୯ ରହିଥିବା ବେଳେ ତାହାକୁ ଅଫରରେ ଆପଣ ୨୪,୯୯୯ଟଙ୍କାରେ ଏବଂ ସାମସଙ୍ଗ ଗାଲାକ୍ସି ନୋଟ୮ର ମୂଲ୍ୟ ୭୪,୬୯୦ଟଙ୍କା ହେଇଥିବା ବେଳେ ଅଫରରେ ୫୫,୯୦୦ଟଙ୍କା ରହିଛି।

୧୦.ଓର ଜିର ୩ଜିବି ବାରିଏଣ୍ଟ ସ୍ମାର୍ଟଫୋନ ୫,୯୯୯ଟଙ୍କା ରହିଥିବା ବେଳେ ୪ଜିବି ରାମର ମୂଲ୍ୟ ରହିଛି ୬,୯୯୯ଟଙ୍କା। ଖାଲି ସ୍ମାର୍ଟଫୋନ ନୁହଁ ଆସର ନିଟ୍ରୋ ଏଏନ୫୧୫-୫୧ ଲାପଟପର ମୂଲ୍ୟ ୧,୦୯,୯୯୯ ଟଙ୍କା ରହିଥିବା ବେଳେ ଡ଼ିସକାଉଣ୍ଟେଡ଼୍ ପ୍ରାଇସରେ ତାହା ରହିଛି ୭୨,୯୦୦ଟଙ୍କା। ଅନ୍ୟାନ୍ୟ ଏଲିଡ଼ି ଟିଭି ମାନଙ୍କରେ ମଧ୍ୟ ୪୦ ପ୍ରତିଶତ ପର୍ୟ୍ୟନ୍ତ ରିହାତି ରହିବା ସହ ଡ଼ିଏସିଆଲ କ୍ୟାମେରାରେ ୫୫ ପ୍ରତିଶତ ରିହାତି ଏବଂ ପେନ୍ ଡ଼୍ରାଇଭରେ ୫୦ ପ୍ରତିଶତ ପର୍ୟ୍ୟନ୍ତ ରିହାତି ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.