Below header

କନ୍ଧମାଳରେ ମାଓ ପୋଷ୍ଟର

କନ୍ଧମାଳ : ବାଲିଗୁଡା ଥାନା ସୁଡ୍ରା ଅଞ୍ଚଳରେ ମାଓ ପୋଷ୍ଟର। କେ.କେ.ବି.ଏନ୍. ମାଓ ସଙ୍ଗଠନ ପକ୍ଷରୁ ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ଦୋକାନରେ ପୋଷ୍ଟର ଲଗାଯାଇଛି । ଅଗଷ୍ଟ ୯ ତାରିଖକୁ ବିଶ୍ୱ ଆଦିବାସୀ ଦିବସ ଭାବେ ପାଳନ କରିବା ପାଇଁ ଏହି ପୋଷ୍ଟର ମାଧ୍ୟମରେ ମାଓବାଦୀ ଆହ୍ଵାନ ଦେଇଛନ୍ତି । ଖମଣାଖୋଲ ପଞ୍ଚାୟତର ଗଣ୍ଡାଖିଆ ଠାରେ କୋଡେଙ୍ଗା ନଦୀ ଉପରେ ନିର୍ମାଣ ହେବାକୁ ଥିବା ନଦୀବନ୍ଧ ଯୋଜନାକୁ ମଧ୍ୟ ପୋଷ୍ଟର ମାଧ୍ୟମରେ ବିରୋଧ କରାଯାଇଛି । ଏହାସହ ଆଦିବାସୀ ଅଞ୍ଚଳରେ ନିର୍ମାଣ ହେବାକୁ ଥିବା ପୋଲିସ୍ କ୍ୟାମ୍ପକୁ ମାଓବାଦୀ ବିରୋଧ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.