Below header

ହରିଙ୍କୁ ହରାଇ ହରି ବିଜୟୀ : ରାଜ୍ୟସଭା ଉପାଧ୍ୟକ୍ଷ ହେଲେ ହରିବଂଶ ନାରାୟଣ ସିଂହ

ନୂଆଦିଲ୍ଲୀ : ହରିଙ୍କୁ ହରାଇ ହରି ବିଜୟୀ । ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି ଏନଡିଏ ପ୍ରାର୍ଥୀ ହରିବଂଶ ନାରାୟଣ ସିଂହ । ୟୁପିଏ ପ୍ରାର୍ଥୀ ବି. କେ. ହରିପ୍ରସାଦଙ୍କୁ ହରାଇ ସେ ବିଜୟୀ ହୋଇଛନ୍ତି । ହରିବଂଶଙ୍କୁ ମୋଟ୍ ୧୨୫ ଖଣ୍ଡ ଭୋଟ୍ ମିଳିଛି । ସେହିପରି ହରିପ୍ରସାଦଙ୍କ ଖାତାରେ ପଡ଼ିଥିଲା ୧୦୫ ଖଣ୍ଡ ଭୋଟ୍ । ବିଜୟୀ ହେବାକୁ ମ୍ୟାଜିକ୍ ନମ୍ବର ଥିଲା ୧୨୩ । ହରିବଂଶଙ୍କ ସପକ୍ଷରେ ଭୋଟ ଦେଇଥିଲା ବିଜେଡି। ଆଜି ଭୋଟ୍ ଦାନରୁ ବିରତ ରହିଥିଲା ଜଗନମୋହନ ରେଡ୍ଡିଙ୍କ ଓ୍ଵାଇଏସଆର୍ କଂଗ୍ରେସ ଓ ଆମ୍ ଆଦମୀ ପାର୍ଟି । ହରିବଂଶ ରାଜ୍ୟସଭା ଉପାଧକ୍ଷ ନିର୍ବାଚିତ ହେବା ପରେ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତାଙ୍କ ସିଟ୍ ପାଖକୁ ଯାଇ ମୋଦି ବିଜୟ ଅଭିନନ୍ଦନ ଜଣାଇଥିଲେ । ସେହିପରି ଅନ୍ୟ ଦଳର ନେତା ବି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ତେବେ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରରେ ଏନ୍‌ଡିଏ ପ୍ରାର୍ଥୀ ହରିବଂଶ ନାରାୟଣ ସିଂହଙ୍କୁ ଭୋଟ୍‌ ଦେଇଛି ବିଜେଡି । ହରିବଂଶଙ୍କୁ ବିଜେଡିର ସମର୍ଥନକୁ ନେଇ ରାଜନୀତି ତେଜିଛି । ବିଜେଡିକୁ ସମାଲୋଚନା କରିଛି କଂଗ୍ରେସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.