Below header

ଶ୍ରୀମନ୍ଦିର ସିଂହଦ୍ୱାର ଆଗରେ ସେବାୟତଙ୍କ ଧାରଣା

ପୁରୀ : ଶ୍ରୀମନ୍ଦିର ସିଂହଦ୍ୱାର ଆଗରେ ସେବାୟତଙ୍କ ଧାରଣା। ଶ୍ରୀମନ୍ଦିରରେ ସଂସ୍କାର ଓ ଶୃଙ୍ଖଳିତ ଦର୍ଶନ ଲାଗି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ନେଇ ଅସନ୍ତୋଷ ତେଜୁଛି । ବଂଶାନୁକ୍ରମିକ ସେବା ଓ ଦାନ ଦକ୍ଷିଣା ବନ୍ଦ ଭଳି ୧୨ଟି ଆଦେଶକୁ କାର୍ୟ୍ୟକାରୀ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏହାକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ଓ ସେବାୟତଙ୍କ ମଧ୍ୟରେ ଟଣା ଓଟରା ଚାଲିଛି । ପ୍ରତିବାଦରେ ଆଜି ସେବାୟତମାନେ ସିଂହଦ୍ୱାର ଆଗରେ ଧାରଣା ଦେଇଥିଲେ। ସେମାନେ ଅଭିଯୋଗ କରିଛନ୍ତି, ସରକାରୀ ଓ ପ୍ରଶାସନିକ ସ୍ତରରେ ଏହାର ବିଚାରବିମର୍ଶ କରାଯିବା ଉଚିତ୍ ।

ଏହା ନକରି ପ୍ରଶାସନ ସେବାୟତ ଓ ଜନ ସାଧାରଣକୁ ନେଇ ଜନଶୁଣାଣି କରିବା, ସେବାୟତଙ୍କ ବିରୋଧରେ ଷଡ଼ଯନ୍ତ୍ର କରିବା ଆଦିରେ ଲାଗିଛନ୍ତି । ଶ୍ରୀଜିଉଙ୍କ ସେବାରେ ସେମାନେ ନିଜକୁ ଉତ୍ସର୍ଗ କରିଛନ୍ତି । ପରମ୍ପରାକୁ ସୁରକ୍ଷା ଦେବା ବଦଳରେ ଶ୍ରୀମନ୍ଦିର ରୀତିନୀତି ଓ ପରମ୍ପରାକୁ ଧ୍ୱଂସ କରିବା ପାଇଁ ଷଡ଼ଯନ୍ତ୍ର ଚାଲିଥିବା ଅଭିଯୋଗ କରି ସେମାନେ ଧାରଣା ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.