Below header

ଗୁମ୍ଫାରେ ୧୫ ବର୍ଷ ଧରି ଦୁଷ୍କର୍ମ ଶିକାର ମହିଳା ଉଦ୍ଧାର

ଯେତେବେଳେ ତାକୁ ମାତ୍ର ୧୩ ବର୍ଷ ହୋଇଥିଲା ଝିଅଟି ନିଖୋଜ ହୋଇଯାଇଥିଲା । ଦୀର୍ଘ ୧୫ ବର୍ଷ ପରେ ଏକ ଗୁମ୍ଫାରୁ ଉଦ୍ଧାର ହୋଇଛି । ତାକୁ ଏବେ ୨୮ ବର୍ଷ । ହେଲେ ଏଇ ୧୫ ବର୍ଷ ଭିତରେ ସେ ଅନେକଥର, ବାରମ୍ବାର ଦୁଷ୍କର୍ମର ଶିକାର ହୋଇଛି । ତାକୁ କୁହାଯାଇଥିଲା ଯେ ତା ଦେହରେ ଏକ ଆତ୍ମା ରହିଛି । ଏଭଳି ଘଟଣା ଏବେ ପଦାକୁ ଆସିଛି । ଗତ ରବିବାର ଦିନ ପୋଲିସ୍‌ ମହିଳା ଜଣକୁ ଉଦ୍ଧାର କରିବା ସହ ତାଙ୍କୁ ଏଭଳି ଭାବେ ବନ୍ଧକ ରଖିଥିବା ବ୍ୟକ୍ତିକୁ ଗିରଫ କରିଛି । ଘଟଣା ଘଟିଛି ଇଣ୍ଡୋନେସିଆର ଜାକର୍ତ୍ତାର ଏକ ଗ୍ରାମାଞ୍ଚଳରେ । ପୀଡ଼ିତା ମହିଳାଙ୍କୁ ଯେତେବେଳେ ୧୩ ବର୍ଷ ବୟସ ହୋଇଥିଲା ତାର ରୋଗ ଭଲ କରିବାକୁ ବାପା ମା ତାକୁ ଜଣେ ଶାମନ ବା ତାନ୍ତ୍ରିକ ପାଖକୁ ନେଇଯାଇଥିଲେ । ସେହିଦିନ ଠାରୁ ସେ ନିଖୋଜ ହୋଇଯାଇଥିଲା । ତେବେ ତାନ୍ତ୍ରିକ ତାର ବାପା ମାଙ୍କୁ କହିଥିଲା ଯେ ଝିଅଟି ସୁସ୍ଥ ହୋଇ ଜାକର୍ତ୍ତାକୁ କାମ କରିବା ପାଇଁ ଚାଲି ଯାଇଛି । ଏପଟେ ଝିଅଟିକୁ ଗୁମ୍ଫା ଭିତରେ ରଖି ଦୁଷ୍କର୍ମ କରି ଚାଲିଥିଲା । ଏମିତିକି ବହୁବାର ଝିଅଟିର ଗର୍ଭ ନଷ୍ଟ ମଧ୍ୟ କରିଛି । ଯଦି ତାନ୍ତ୍ରିକ ଦୋଷୀ ସାବ୍ୟସ୍ତ ହୁଏ ତେବେ ତାକୁ ୧୫ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ମିଳି ପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.