Below header

ବିଜେଡି ଆଦିବାସୀ ସାମ୍ମୁଖ୍ୟ ପକ୍ଷରୁ ପାଳନ କରାଯାଉଛି ବିଶ୍ୱ ଆଦିବାସୀ ଦିବସ

ଭୁବନେଶ୍ବର : ବିଜେଡି ଆଦିବାସୀ ସାମ୍ମୁଖ୍ୟ ପକ୍ଷରୁ ପାଳନ କରାଯାଉଛି ବିଶ୍ୱ ଆଦିବାସୀ ଦିବସ । ଏହି ଅବସରରେ ରାଜ୍ୟସ୍ତରୀୟ ଆଦିବାସୀ ପ୍ରତିନିଧି ସମାବେଶ ଆୟୋଜନ କରାଯାଇଛି । ଏଥିରେ ରାଜ୍ୟର ୯ଟି ଆଦିବାସୀ ବହୁଳ ଜିଲ୍ଲା ସହ ଅନ୍ୟ ଜିଲ୍ଲାରୁ ଆଦିବାସୀ ପ୍ରତିନିଧିମାନେ ଯୋଗଦେଇଛନ୍ତି। ପ୍ରଥମ ଥର ପାଇଁ ବିଜେଡି ଏପରି କାର୍ୟ୍ୟକ୍ରମ ଆୟୋଜନ କରୁଛି । ଭୁବନେଶ୍ୱର ୟୁନିଟ-୧ ଆଦିବାସୀ ପଡ଼ିଆରେ ହେଉଥିବା ସମାବେଶକୁ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବୋଧନ କରିବେ । ରାଜ୍ୟରେ ପ୍ରାୟ ୬୨ଟି ଅନୁସୂଚିତ ଜନଜାତି ସଂପ୍ରଦାୟର ଲୋକ ବାସ କରୁଛନ୍ତି ।

ଜନଜାତିଙ୍କ ସଂସ୍କୃତି ଓ ପ୍ରଗତି ଉପରେ ଗୁରୁତ୍ୱ ଦେଇ ମୁଖ୍ୟମନ୍ତ୍ରୀ ବିଭିନ୍ନ ଯୋଜନା,ନୀତି ନିର୍ଦ୍ଧାରଣ ଓ ଆଇନ ପ୍ରଣୟନ କରିଛନ୍ତି । ସେମାନଙ୍କର ପରମ୍ପରା, ଐତିହ୍ୟ ଏବଂ ପରିଚୟର ସୁରକ୍ଷା ପାଇଁ ୯ଟି ଆଦିବାସୀ ବହୁଳ ଜିଲ୍ଲାରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗଠନ କରି ସାରା ଦେଶରେ ଉଦାହରଣ ସୃଷ୍ଟି କରିଛନ୍ତି । ଆଜି ରାଜ୍ୟସ୍ତରୀୟ ଆଦିବାସୀ ସମାବେଶ ପରେ ୧୩ ତାରିଖରେ ୯ଟି ଆଦିବାସୀ ବହୁଳ ଜିଲ୍ଲାରେ ଜିଲ୍ଲାସ୍ତରୀୟ ଆଦିବାସୀ ସମାବେଶ ପାଇଁ ବିଜେଡି ପ୍ରସ୍ତୁତି ଚଳାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.