ପୁରୀରେ ଧରାପଡିଲେ ଛେଳି ଚୋର

ପୁରୀ : ଧରାପଡିଲେ ଛେଳି ଚୋର । ଲୋକ ବାନ୍ଧି ବାଡ଼େଇଲେ । ଗତକାଲି ଅପରାହ୍ନ ସମୟରେ ବାଲିପାଟଣା ଥାନା ତୁରିନ୍ତିରା ମହାବୀର ପଡ଼ିଆରେ କିଛି ଛେଳି ଚରୁଥିଲେ । ଏହି ସମୟରେ ତିନି ଜଣ ଯୁବକ ଛେଳିଙ୍କୁ ଚୋରି କରୁଥିବାବେଳେ ସ୍ଥାନୀୟ ଲୋକ ସେମାନଙ୍କୁ ଧରି ଗଛରେ ବାନ୍ଧି ମାଡ଼ ମାରିଛନ୍ତି । ପରେ ପୋଲିସ ଜିମା ଦେଇଥିଲେ । ଏହି ତିନି ଜଣ ଯୁବକ ପୁରୀ ଜିଲ୍ଲା ସତ୍ୟବାଦୀ ଅଞ୍ଚଳର ଗୌତମ ସ୍ୱାଇଁ, ଭୁବନେଶ୍ୱରର ସୁଜିତ ଜେନା ଏବଂ କ୍ଷେତ୍ରବାସୀ ବେହେରା ବୋଲି ଜଣାପଡ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.