ମଦୁଆ ପୋଲିସ ବାବୁଙ୍କୁ ଗୋଡ଼େଇ ଗୋଡ଼େଇ ପିଟିଲେ ଉତ୍ତ୍ୟକ୍ତ ଲୋକ

ଉତ୍ତରପ୍ରଦେଶ : ମଦୁଆ ପୋଲିସକୁ ପାନେ । ରାସ୍ତାରେ ଗୋଡ଼େଇ ପିଟିଲେ ଉତ୍ତ୍ୟକ୍ତ ଲୋକ । ପ୍ୟାଣ୍ଟ ସାର୍ଟ ଚିରିଦେଲେ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ବୁଲନ୍ଦସରରେ । ଥାନା ବାବୁଙ୍କୁ ଲୋକ ବିଧା ଗୋଇଠା ବି ମାରିଛନ୍ତି । ତଳେ ପକାଇ ନିର୍ଧୂମ ପିଟିଥିଲେ । ଅଭିଯୋଗ ହୋଇଛି, ମାଡ଼ ଖାଉଥିବା ପୋଲିସ ବାବୁ ନିଜ କାରରେ ଦୁଇଟି ମୋଟର ସାଇକେଲକୁ ଧକ୍କା ଦେଇଥିଲେ । ଏହାପରେ ତାଙ୍କୁ ଧରି ବହେ ଛେଚିଛନ୍ତି ସ୍ଥାନୀୟ ଲୋକ । ଜଣାପଡିଥିଲା, ପୋଲିସ ବାବୁ ମଦ ପିଇଥିଲେ । ମଦ ପିଇ ଗାଡ଼ି ଚଳାଇବାରୁ ନିୟନ୍ତ୍ରଣ ହରାଇ ବାଇକକୁ ଧକ୍କା ଦେଇଥିଲେ ।

ଏହାପରେ ତାଙ୍କୁ ମିଳିଥିଲା ଉଚିତ ଶିକ୍ଷା । ସେହିପରି ଅନ୍ୟ ଏକ ଘଟଣାରେ ପୋଲିସ ଗାଡ଼ିକୁ ଭଙ୍ଗାରୁଜା କରିଥିଲେ ସ୍ଥାନୀୟ ଲୋକ । କୌଣସି କାରଣକୁ କେନ୍ଦ୍ର କରି ପୋଲିସ ଓ କିଛି କାଉଡିଆଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏହାପରେ ଉତ୍ତ୍ୟକ୍ତ ବୋଲବମ୍ ଭକ୍ତ ପୋଲିସ ଗାଡ଼ି ଉପରେ ଆକ୍ରମଣ କରିଥିଲେ । ଗାଡ଼ିର କାଚ ଭାଙ୍ଗି ଦେଇଥିଲେ । ଏହି ଘଟଣାର ମାମଲା ରୁଜୁ କରି ବୁଲନ୍ଦସର ପୋଲିସ ତଦନ୍ତ ଚଳାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.