ଅକ୍ଷମତା ପରିବାର ବୋଝକୁ କରୁଛି ଦ୍ବିଗୁଣିତ : ଓଳିଏ ଖାଇଲେ ଓଳିଏ ଉପବାସ

ବୋଝ ଉପରେ ନଳିତା ବିଡ଼ା। ୩ ପୁଅ ଝିଅଙ୍କ ଅକ୍ଷମତା ଅଭାବିତ ପରିବାରର ବୋଝକୁ ୨ ଗୁଣିତ କରିଛି ।ଓଳିଏ ଖାଇଲେ ଓଳିଏ ଉପାବସରେ ରହୁଛି ପରିବାର। ଯେଉଁ ବୟସରେ କାମ କରି ପରିବାର ପୋଷଣ କରିବା କଥା ସେହି ବୟସରେ ପରିବାର ଉପରେ ନିର୍ଭରଶୀଳ ହୋଇଛନ୍ତି ୩ ଭାଇଭଉଣୀ। ଏପରି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ ଅନ୍ତର୍ଗତ ସାନନଇ ଗ୍ରାମରେ।

ଗ୍ରାମବାସୀ ନରତମ ପ୍ରଧାନଙ୍କ ତିନି ସନ୍ତାନ ଯାହାକୁ ନେଇ ସେ ନାନା ସ୍ୱପ୍ନ ଦେଖୁଥିଲେ କିନ୍ତୁ ଏବେ ତାଙ୍କୁ ନେଇ ଆଜି ଚିନ୍ତାରେ। ଇଙ୍ଗପୁଅ ଅମିତକୁ ୩୦ ବର୍ଷମଝିଆ ଝିଅ ଅମ୍ବିକାକୁ ୨୫ ବର୍ଷ ଆଉ ସାନ ପୁଅବିଜୟକୁ ୧୮ ବର୍ଷ । ଏମାନଙ୍କ ଶରୀରର ଉଚ୍ଚତା ବହୁ କମ ଥିବାରୁ ସେମାନେ ବିନା ସାହାଯ୍ୟରେ ଚଲାବୁଲା କରିପାରୁ ନାହାନ୍ତି । ଏପରିକି ନିଜ ନିତ୍ୟ କାମ କରିପାରୁ ନାହାନ୍ତି। ଏହି ତିନି ଜଣଙ୍କ ମା ସରୁବାଳି ପ୍ରଧାନ ଏମାନଙ୍କୁ ଦିନ ତମାମ ଜଗି ରହିବା ସହ ତାଙ୍କର ଦୈନନ୍ଦିନ କାମ କରୁଛନ୍ତି। କିଛି ଖାଲି ସମୟ ମିଳିଲେ ବିଲ କାମ କରି ପରିବାରର ଅର୍ଥିକ ସ୍ଥିତିକୁ ସମ୍ବାଳୁଛନ୍ତି। ସେପଟେ ବାପା ନରତୋମ ମଧ୍ୟ ଅନ୍ୟତ୍ର ଛୋଟମୋଟ କାମଦାମ କରି ପରିବାର ପୋଷଣ କରୁଛନ୍ତି।

ଏମାନଙ୍କୁ ଖାଦ୍ୟ ସୁରକ୍ଷା ଆଇନରେ ଅନ୍ତର୍ଭୁକ୍ତ କରାଯାଇଥିବା ବେଳେ ଅଳ୍ପ କେତେ କେଜି ଚାଉଳ ପାଉଛନ୍ତି ଏବଂ ଭିନ୍ନକ୍ଷମ ଭତା ମଧ୍ୟ ସମୁଦ୍ରକୁ ସଂଙ୍ଖେ। କିପରି ପରିବାର ଚଳିବ ସେ ନେଇ ଚିନ୍ତାରେ ଥିବା ବେଳେ ପ୍ରଶାସନିକ ସାହାର୍ୟ୍ୟ ଏହି ପରିବାର ପାଇଁ ଅତ୍ୟନ୍ତ ଆବଶ୍ୟକ ହୋଇ ପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.