ବହୁ ଚର୍ଚ୍ଚିତ ସୁଶାନ୍ତଙ୍କ ମୃତ୍ୟୁ ମାମଲା, ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି । ଶେଷରେ ସିବିଆଇ ହାତକୁ ଦିଆଯାଇଛି ତଦନ୍ତ ନିର୍ଦ୍ଦେଶ। ସୁପ୍ରିମ କୋର୍ଟ ସିବିଆଇ ହାତକୁ କେସ ହସ୍ତାନ୍ତର କରିଛନ୍ତି। ଏବେ ପ୍ରକୃତ ଦୋଷୀ ନିଶ୍ଚିତ ଧରାପଡିବ ବୋଲି ସୁଶାନ୍ତଙ୍କ ଫ୍ୟାନ ଆଶା ରଖିଛନ୍ତି।

ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ କିଏ ତଦନ୍ତ କରିବ ତାହାର ଆଜି ଶୁଣାଣି ହେବାକୁ ଥିଲା। ଶେଷରେ ସୁପ୍ରମିକୋର୍ଟ ସିବିଆଇ ଉପରେ ବିଶ୍ୱାସ କରି କେସକୁ ସିବିଆଇକୁ ପ୍ରଦାନ କରିଛନ୍ତି। ଏବେ ସୁଶାନ୍ତ ମାମଲାରେ କୌଣସି ମଧ୍ୟ ଏତଲା ହେଲେ ସିବିଆଇ ପାଖକୁ ଆସିବ। ତଦନ୍ତ ପ୍ରକ୍ରିୟାରେ ମୁମ୍ବାଇ ପୋଲିସ ସହଯୋଗ କରିବାକୁ ମଧ୍ୟ ସୁପ୍ରିମକୋର୍ଟ ଆଦେଶ ଦେଇଛନ୍ତି। ସୁପ୍ରମିକୋର୍ଟ ଏହା ମଧ୍ୟ କହିଛନ୍ତି, ସିବିଆଇକୁ ସମସ୍ତ ତଥ୍ୟ ହସ୍ତାନ୍ତର କରିବ ମୁମ୍ବାଇ ପୋଲିସ। ତଦନ୍ତର ସହଯୋଗ ପାଇଁ ମହାରାଷ୍ଟ୍ର ସରକାରଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ପାଟନା ପୋଲିସ ଦ୍ୱାରା ରୁଜୁ ହୋଇଥିବା ମାମଲା ମଧ୍ୟ ଠିକ୍‌ ବୋଲି ଜଣାପଡିଛି।

supreme

ପୂର୍ବରୁ ମାମଲାର ତଦନ୍ତ ପାଟନାରୁ ମୁମ୍ବାଇ ସ୍ଥାନାନ୍ତର ପାଇଁ ରିୟା ଚକ୍ରବର୍ତ୍ତୀ କରିଥିବା ଆବେଦନ କରିଛନ୍ତି । ଏହା ଉପରେ ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ । ବିହାର ପାଟନାରେ ହୋଇଥିବା ମାମଲାକୁ ମୁମ୍ବାଇ ପୋଲିସକୁ ସ୍ଥାନାନ୍ତର କରିବା ନେଇ ଆବେଦନ କରିଥିଲେ ରିୟା ଚକ୍ରବର୍ତ୍ତୀ । ଏଥିରେ ଆପତ୍ତି କରି ପୂର୍ବରୁ ସୁଶାନ୍ତଙ୍କ ବାପା ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ମାମଲା ସିବିଆଇକୁ ଦିଆଯାଉ ବୋଲି ସୁଶାନ୍ତଙ୍କ ପରିବାର ପକ୍ଷରୁ କୁହାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.