Below header

ଯେଉଁ ଫ୍ଲାଟରେ ରହୁଥିଲେ ସୁଶାନ୍ତ, ତା’ର ଭଡା ଥିଲା ମାସକୁ ସାଢେ ୪ ଲକ୍ଷ ଟଙ୍କା

ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା କରି ସମସ୍ତଙ୍କୁ ଚକିତ କରିଦେଇଛନ୍ତି। ଏହି ଅଭିନେତାଙ୍କ ବିୟୋଗରେ ସମସ୍ତେ ଦୁଃଖିତ। ସୁଶାନ୍ତ ସିଂହ ରାଜପୁତ ରବିବାର ମୁମ୍ବାଇର ବାନ୍ଦ୍ରା ସ୍ଥିତ ନିଜ ବାସଭବନରେ ବେକରେ ଫାଶି ଲଗାଇ ଆତ୍ମହତ୍ୟା କରିଛନ୍ତି ବୋଲି ପୋଲିସ ସୂଚନା ଦେଇଛି। ଅଭିନେତା ମୁମ୍ବାଇରେ ଏକ ଡିଲକ୍ସ ଆପାର୍ଟମେଣ୍ଟରେ ରହୁଥିଲେ। ଏଠାରେ ମୋଟ୍ ୪ଟି ଫ୍ଲାଟ୍ ରହିଛି। ସୁଶାନ୍ତ ସିଂହ ରାଜପୁତ ସେହି ଆପାର୍ଟମେଣ୍ଟରେ ରହିବା ପାଇଁ ମୋଟା ଅଙ୍କର ଅର୍ଥ ଦେଉଥିଲେ। ଗୋଟିଏ ପଟେ ସୁଶାନ୍ତ ୧୨ ଲକ୍ଷ ୯୦ ହଜାର ଟଙ୍କା ଡିପୋଜିଟ୍ କରିଥିଲେ ଏବଂ ମାସକୁ ଘର ଭଡା ଭାବେ ୪ ଲକ୍ଷ ୫୧ ହଜାର ଟଙ୍କା ଦେଉଥିଲେ।

sushnta 1

ସୂଚନାଯୋଗ୍ୟ, ସୁଶାନ୍ତ ସିଂହ ରାଜପୁତ ଏହି ଫ୍ଲାଟରେ ୨୦୨୨ ପର୍ଯ୍ୟନ୍ତ ରହିଥାନ୍ତେ। ଅନ୍ୟପଟେ ସୁଶାନ୍ତ ସିଂହ ରାଜପୁତଙ୍କ ସଂପର୍କୀୟ କହିଛନ୍ତି ଯେ, ସୁଶାନ୍ତ ସିଂହ ରାଜପୁତ ଚଳିତବର୍ଷ ନଭେମ୍ବରରେ ବିବାହ କରିବାକୁ ଯାଉଥିଲେ। ଘରେ ବିବାହର ପ୍ରସ୍ତୁତି ଆରମ୍ଭ ହୋଇ ଯାଇଥିଲା। ମାତ୍ର ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା କରି ସଭିଙ୍କୁ ଏକାକୀ ଛାଡି ଚାଲି ଯାଇଛନ୍ତି। ସୁଶାନ୍ତ ବିୟୋଗରେ ବଲିଉଡ ଇଣ୍ଡଷ୍ଟ୍ରୀ ସହିତ ସମଗ୍ର ଖେଳ ଜଗତ ମଧ୍ୟ ସ୍ତବ୍ଧ ହୋଇଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.