Below header

ଐଶ୍ୱର୍ଯ୍ୟାଙ୍କ ଏହି ଫିଲ୍ମ କେବେ ହୋଇପାରିନି ରିଲିଜ, ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡ଼ିଓ 

ଐଶ୍ୱର୍ଯ୍ୟା ରାୟ ବଚ୍ଚନ ବର୍ତ୍ତମାନ ଫିଲ୍ମ ଦୁନିଆରୁ ଦୁରେଇ ରହିଥିଲେ ମଧ୍ୟ ସୋସିଆଲ ମିଡିଆ ଜରିଆରେ ନିଜ ଫ୍ୟାନ୍ସଙ୍କ ନିକଟରେ ରହିଥାନ୍ତି। ବର୍ତ୍ତମାନ ଲକଡାଉନ ଚାଲିଥିବାରୁ ଲୋକମାନେ ଘରେ ରହି ସୋସିଆଲ ମିଡିଆ କିମ୍ବା ଟିଭି ଦେଖି ସମୟ ବିତାଉଛନ୍ତି। ଏହିସମୟରେ ଐଶ୍ୱର୍ଯ୍ୟା ରାୟଙ୍କର ଏକ ପୁରୁଣା ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ସବୁଠାରୁ ଖାସ କଥା ହେଉଛି ଏହି ଭିଡ଼ିଓ ସେହି ଫିଲ୍ମର ଯେଉଁ ଫିଲ୍ମ କେବେ ରିଲିଜ ହୋଇପାରିନାହିଁ।


ସୂଚନା ମୁତାବକ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡ଼ିଓରେ ଐଶ୍ୱର୍ଯ୍ୟା ଟ୍ରାଡିସନାଲ ଲୁକରେ ନଜର ଆସିଛନ୍ତି। ଏହି ଭିଡ଼ିଓରେ ଐଶ୍ୱର୍ଯ୍ୟା ଡ୍ୟାନ୍ସ ଷ୍ଟେପ୍ସ ଶିଖୁଥିବାର ମଧ୍ୟ ନଜର ଆସିଛନ୍ତି। ରିପୋର୍ଟ ଅନୁଯାୟୀ ଏହି ଭିଡ଼ିଓ ୧୯୯୭ ମସିହାରେ ସୁଟିଂ କରାଯାଇଥିବା ଫିଲ୍ମ “ରାଧେଶ୍ୟାମ ସୀତାରାମ” ର, ଯାହା କେବେ ରିଲିଜ ହୋଇପାରିନାହିଁ।

ଏହି ଭିଡ଼ିଓ ଏକ ଗୀତ ସୁଟିଂ ହେଉଥିବା ସମୟର। ଫିଲ୍ମରେ ମୁଖ୍ୟ ଭୂମିକାରେ ଐଶ୍ୱର୍ଯ୍ୟାଙ୍କ ସହ ସୁନୀଲ ସେଟ୍ଟୀ ଏବଂ ପରେଶ ରାୱଲ ମଧ୍ୟ ଅଭିନୟ କରିଥିଲେ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.