ଲକଡାଉନ୍ ଯୋଗୁ ବଢ଼ୁଛି ଘରୋଇ ହିଂସା, ସମ୍ପର୍କ ଭାଙ୍ଗୁଛି କରୋନା ଭାଇରସ

ସମଗ୍ର ବିଶ୍ୱକୁ ନିଜ କବ୍ଜାକୁ ନେଇ ସାରିଲାଣି କରୋନା ଭାଇରସ। ଏହି ଭାଇରସକୁ ଦମନ କରିବାକୁ ଟୀକା କିମ୍ବା ମେଡ଼ିସିନ ବାହାରିପାରିନଥିବାରୁ ସରକାର ଲୋକଙ୍କୁ ଘରେ ରହିବାକୁ ପରାମର୍ଶ ଦେଇଛନ୍ତି। ନିୟମକୁ କଡ଼ାକଡ଼ି କରିବାକୁ ଦେଶକୁ ଲକଡାଉନ କରିଦିଆଯାଇଛି। ଏହି ୨୧ ଦିନିଆ ଲକଡାଉନ ଯୋଗୁ କରୋନା ସଂକ୍ରମଣ କମୁ କି ନ କମୁ କିନ୍ତୁ ଦେଶରେ ଘରୋଇ ହିଂସା ବଢ଼ିବାରେ ଲାଗିଛି। ଏନେଇ ସୂଚନା ଦେଇଛନ୍ତି ଜାତୀୟ ମହିଳା ଆୟୋଗ।

Fact Check: Fake WHO's warning of lockdown in India goes viral ...

ମହିଳା ଆୟୋଗଙ୍କ କହିବାନୁସାରେ ଲକଡାଉନ ପରଠାରୁ ଅନ୍ୟ ସମସ୍ତ ଅପରାଧ କମିଥିବା ବେଳେ ଘରୋଇ ହିଂସା କିନ୍ତୁ ବଢ଼ିବାରେ ଲାଗିଛି। ଲକଡାଉନର ପ୍ରଥମ ସପ୍ତାହରେ ତାଙ୍କ ନିକଟକୁ ଘରୋଇ ହିଂସାର ୨୫୦ରୁ ଊର୍ଦ୍ଧ୍ଵ ଅଭିଯୋଗ ଆସିଥିଲା। ଏହି ଅଭିଯୋଗ କ୍ରମଶଃ ବଢ଼ିବାରେ ଲାଗିଛି।

ଏହାର କାରଣ ସମ୍ପର୍କରେ ଏକ୍ସପର୍ଟ କହିଛନ୍ତି ଯେ ପୂର୍ବରୁ ସ୍ୱାମୀ ବାହାରକୁ କାମକୁ ଚାଲିଯାଉଥିବାରୁ ସେ ଘରେ ଅଧିକ ସମୟ ବିତାଇପାରୁନଥିଲେ। ଫଳରେ ଅଫିସରୁ ଫେରିବା ପରେ ବାକିତକ ସମୟ ପତ୍ନୀ ତାଙ୍କ ସହ ଭଲ ବ୍ୟବହାର କରୁଥିଲେ ଓ ତାଙ୍କ ପସନ୍ଦ ମୁତାବକ କାମ କରୁଥିଲେ। କିନ୍ତୁ ଏବେ ୨୪ ଘଣ୍ଟା ସ୍ୱାମୀ ଘରେ ରହୁଥିବାରୁ ଛୋଟ ଛୋଟ କଥାରେ ଉଭୟଙ୍କ ମଧ୍ୟରେ ମତଭେଦ ହେଉଛି।

ଏହା ବ୍ୟତୀତ ଘରେ ରହି ଅଫିସ କାମ କରିବା ଯୋଗୁ ମଧ୍ୟ ଲୋକମାନେ ବର୍ତ୍ତମାନ ଚିନ୍ତାରେ ରହୁଛନ୍ତି। ଘରେ ଅଫିସ ଭଳି ପରିବେଶ ମିଳିପାରୁନଥିବାରୁ ତାଙ୍କ ଚିନ୍ତା ବହୁଗୁଣିତ ହୋଇଯାଉଛି। ଫଳରେ ଛୋଟ କଥାକୁ ନେଇ ସେ ଚିଡଚିଡ ହେଉଛନ୍ତି। କ୍ରମଶଃ ଛୋଟ କଥା ଉଗ୍ରରୂପ ଧାରଣ କରୁଛି, ଏମିତିକି ମାଡ଼ଗୋଳ ଯାଏଁ ମଧ୍ୟ କଥାଯାଉଛି। ଏହି କାରଣରୁ ଘରୋଇ ହିଂସା ବଢୁଛି।

ଆଉ କିଛି କ୍ଷେତ୍ରରେ ଲୋକଙ୍କ ପାଖରେ ବର୍ତ୍ତମାନ ରୋଜଗାର ନଥିବାରୁ ମଧ୍ୟ ଝଗଡ଼ା ହେଉଛି। ଲକଡାଉନ ଯୋଗୁ ଦୋକାନ କରି ପରିବାର ପୋଷୁଥିବା ବ୍ୟକ୍ତି ହାତ ବାନ୍ଧି ଘରେ ବସିଛି। ଫଳରେ ଖାଦ୍ୟ ଚିନ୍ତାରେ ବି ଝଗଡ଼ା, ପାଟିତୁଣ୍ଡ, ମରାମରି ପର୍ଯ୍ୟନ୍ତ କଥା ଯାଉଥିବା ଦେଖିବାକୁ ମିଳୁଛି। ଦିଲ୍ଲୀର ଜଣେ ମହିଳା ଅଭିଯୋଗ କରିଛନ୍ତି ଯେ ତାଙ୍କ ସ୍ୱାମୀଙ୍କ ଦୋକାନ ବନ୍ଦ ହେବା ପରେ ଟଙ୍କା ଚିନ୍ତାରେ ସ୍ୱାମୀ ତାଙ୍କୁ ଓ ତାଙ୍କ ଛୋଟ ଝିଅକୁ ପ୍ରତିଦିନ ବାଡ଼ିଆ ପିଟା କରୁଛନ୍ତି। କରୋନା ଠାରୁ ଘରୋଇ ହିଂସା ତାଙ୍କ ପାଇଁ ଅଧିକ କଷ୍ଟଦାୟକ ବୋଲି ସେ କହିଛନ୍ତି।

How long does someone have to report domestic violence in CA?

ତେବେ କେବଳ ଏହି ଗୋଟିଏ ମାମଲା ନୁହେଁ ଅଭିଯୋଗ ହେଉନଥିଲେ ମଧ୍ୟ ଦେଶରେ ଏମିତି ହଜାର ହଜାର ମାମଲା ଦେଖିବାକୁ ମିଳୁଛି। ଖାସ କରି ମାନସିକ ଚିନ୍ତା ଯୋଗୁ ଏଭଳି ସମସ୍ୟା ଉପୁଜୁଛି। ଏଣୁ ଏଥିରୁ ମୁକ୍ତି ପାଇଁ ଭିଡିଓ କଲ କିମ୍ବା କଲ ମାଧ୍ୟମରେ କାଉନସେଲିଂ କରାଇନେବା ଜରୁରୀ। ଏଥିରୁ ମୁକୁଳିବାକୁ ସବୁଠାରୁ ସହଜ ବାଟ ହେଉଛି ଯୋଗ ଓ ପ୍ରାଣାୟମ। ମାନସିକ ଚିନ୍ତା ଦୂର କରିବା ତଥା ମନକୁ ସ୍ଥିର ରଖିବାକୁ ଯୋଗ କରିବାକୁ ମନସ୍ତତ୍ବବିତ ପରାମର୍ଶ ଦେଉଛନ୍ତି। ସବୁବେଳେ ମନେ ରଖନ୍ତୁ ଏହି ସମସ୍ୟା କେବଳ ଆପଣଙ୍କ ନୁହେଁ ସାରା ବିଶ୍ୱ ଏବେ ଏହି ଅସୁବିଧା ଦେଇ ଗତି କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.