କାହିଁକି ଲଣ୍ଡା ହେବା ପାଇଁ ନିଷ୍ପତ୍ତି ନେଲେ ଏହି ସୁନ୍ଦରୀ ମଡେଲ, କାରଣ ଜାଣିଲେ ଆପଣ ବି କରିବେ ବାଃ ବାଃ!
ଦୁନିଆରେ ଏପରି ଅନେକ ମହିଳା ଅଛନ୍ତି, ଯେଉଁମାନେ ଅନ୍ୟ ମହିଳାଙ୍କ ପାଇଁ ଉଦାହରଣ ସାଜନ୍ତି। ଆଉ କେତେଜଣ ମହିଳା, ଅନ୍ୟମାନଙ୍କୁ ନିଜ କାମରେ ଆନନ୍ଦିତ କରିଦିଅନ୍ତି। ଏମିତି ହିଁ ଜଣେ ପ୍ଲସ୍ ସାଇଜର ମଡେଲ ହେଲେ ଅକ୍ଷୟା ନବାନୀଥନ୍, ଯାହାଙ୍କ ବିଷୟରେ ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଏହି ସୁନ୍ଦରୀ ମହିଳା ଜଣକ କେବଳ ଯେ ଇନଷ୍ଟାଗ୍ରାମରେ ଲୋକପ୍ରିୟ ବ୍ଲଗର ନୁହଁନ୍ତି, ବରଂ ପ୍ଲସ୍ ସାଇଜର ମଡେଲ ମଧ୍ୟ। କିଛି ଦିନ ପୂର୍ବରୁ ସେ ଏପରି କାମ କରିବାକୁ ନିଷ୍ପତ୍ତି ନେଲେ, ହୁଏତ କେହି ଏହାକୁ କରିବାକୁ ଭାବି ନ ଥିବେ। ଅକ୍ଷୟା ଲଣ୍ଡା ହେବା ପାଇଁ ନିଷ୍ପତ୍ତି ନେଇଥିଲେ। କେବଳ ଏତିକି ନୁହେଁ, ସେ ଫଟୋଶୁଟ୍ ମଧ୍ୟ କରିଥିଲେ, ଯାହାକି ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି।
ଅକ୍ଷୟା ଏଭଳି ପଦକ୍ଷେପ କ୍ୟାନସର ପୀଡ଼ିତଙ୍କୁ ସାହାଯ୍ୟ କରିବା ପାଇଁ ନେଇଛନ୍ତି। ସେମାନଙ୍କ ଲାଗି ଓ୍ଵିଗ୍ସ ତିଆରି କରିବା ପାଇଁ ସେ ନିଜ କେଶକୁ ଦାନ କରିଛନ୍ତି। ଏହି ସୁନ୍ଦରୀ ମଡେଲ ସକରାତ୍ମକ ଭାବେ ସମସ୍ତଙ୍କୁ ବାର୍ତ୍ତା ଦେବାକୁ ଚାହୁଁଥିଲେ, ଯେଉଁଥିପାଇଁ ସେ ଫଟୋଶୁଟ କରିଥିଲେ। ସେ ଏକ ଫଟୋ ସେୟାର କରି ଲେଖିଥିଲେ, ‘ମୋ କାହାଣୀ କୌଣସି ୯୦ ଦଶକର ମୋଟା ବ୍ୟକ୍ତିଙ୍କଠାରୁ ଅଲଗା ନୁହେଁ। ମୋତେ ସବୁବେଳେ ଓଜନ କମାଇବା ପାଇଁ ଅନେକ ପରାମର୍ଶ ଏବଂ ଟିପ୍ସ ମିଳିଛି। ସ୍କୁଲରେ ଡ୍ୟାନ୍ସ ପରଫରମାନ୍ସରୁ ଆରମ୍ଭ କରି ଜୀବନର ଅନେକ ଜାଗାରେ ମୋତେ ରିଜେକ୍ଟ ହେବାକୁ ପଡ଼ିଛି, ଯାହାର ମୁଖ୍ୟ କାରଣ ଥିଲା ମୋ ଓଜନ। ଏହାର ପ୍ରଭାବ ମୋ ଉପରେ ବି ପଡ଼ିଥିଲା। ମୋତେ ଲାଗୁଥିଲା କି, ମୋ ଠାରେ କିଛି କମି ରହିଛି ଏବଂ ଓଜନ ହ୍ରାସ କରି ମୁଁ ହୁଏତ ସବୁକିଛି ହାସଲ କରିପାରିବି’।
ଏହାସହ ପଢ଼ନ୍ତୁ: ସୁଭାଷ ଚନ୍ଦ୍ର ବୋଷଙ୍କ ଉପରେ ନିର୍ମିତ ଫିଲ୍ମକୁ ନେଇ ବିବାଦ ଆରମ୍ଭ, ନିର୍ଦ୍ଦେଶକଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ କଲେ…
୨୦୧୩ରେ ମୋ ସହିତ ଏମିତି କିଛି ହୋଇଥିଲା, ଯାହା ପରେ ମୋ ଜୀବନ ଯାତ୍ରା ପୂରା ବଦଳିଗଲା। ମୋ ଆତ୍ମବିଶ୍ୱାସ ବଢ଼ିଲା। ମୋ ଭିତରେ ଲୁଚି ରହିଥିବା ଦକ୍ଷତାକୁ ମୁଁ ପରଖି ପାରିଲି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ମୁଁ ଲୋକଙ୍କ କଥା ଶୁଣିବା ପୂରା ଛାଡ଼ି ଦେଲି, ଯାହାଫଳରେ ମୁଁ ମୋ ନିଜକୁ ଖୋଜି ପାଇଲି। ଏହାପରେ ସପ୍ଟ ସ୍କିଲ ଟ୍ରେନର ଏବଂ ମୋଟିଭେଶନାଲ୍ ସ୍ପୀକର ହେବା ପାଇଁ କାମ କରିବା ଆରମ୍ଭ କଲି। ଆଉ ଧୀରେ ଧୀରେ ପ୍ଲସ୍ ସାଇଜ୍ ମଡେଲ ବନିଗଲି। ମୁଁ କେବେ ବି ମୋ ଆତ୍ମବିଶ୍ୱାସ ହରେଇନି। ଏବେ ମୁଁ ବଡି ପଜିଟିଭିଟି ଏବଂ ନିଜକୁ ଭଲ ପାଇବା ଉପରେ ସଚେତନତା ସୃଷ୍ଟି କରୁଛି। କ୍ୟାନସର ପୀଡ଼ିତଙ୍କୁ କେଶ ଦେବା ପାଇଁ ମୁଁ ମୋ ନିଜ କେଶକୁ କାଟି ଦେଇଛି’।