ଲଗାଣ ବର୍ଷା ଓ ହୀରାକୁଦରୁ ଦ୍ୱିତୀୟ ବନ୍ୟାଜଳ ନିଷ୍କାସନ ପରେ ଖୋର୍ଦ୍ଧାରେ ବନ୍ୟା ସ୍ଥିତି, ଗାଁ ଦାଣ୍ଡରେ ଖେଳିଲେ ସାପ
ଲଗାଣ ବର୍ଷା ଓ ହୀରାକୁଦରୁ ଦ୍ୱିତୀୟ ବନ୍ୟାଜଳ ନିଷ୍କାସନ ପରେ ଖୋର୍ଦ୍ଧାରେ ବନ୍ୟା ସ୍ଥିତି । ରାଜୁଆ ନଦୀରେ ବନ୍ୟା ଆସି ଖୋର୍ଦ୍ଧାର ବିଭିନ୍ନ ଗାଁରେ ପ୍ରବାହିତ ହେଉଛି। ପାଣି ଘେରରେ ଓରବରସିଂ ଓ ନରଣଗଡ଼ ପଞ୍ଚାୟତର ୨୦ଟି ଗାଁ । ବନ୍ୟା ପାଣି ମାଡ଼ି ଆସିବାରୁ ଏକର ଏକର ଜମିରେ ଫସଲ ନଷ୍ଟ ହୋଇଛି । ଘରେ ପାଣି ପଶିଯିବା ଫଳରେ ଲୋକେ ବାହାରକୁ ବାହାରି ପାରୁନାହାଁନ୍ତି । ଯାତାୟାତ ସଂପୂର୍ଣ୍ଣ ଠପ୍ ହୋଇଯାଇଛି । ପାଣି ଘେରରେ ଥିବା ଲୋକଙ୍କୁ ରନ୍ଧା ଖାଦ୍ୟ ଦେବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି । ଆବଶ୍ୟକ ପଡ଼ିଲେ ଲୋକଙ୍କୁ ସ୍ଥାନାନ୍ତର କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଛି ।