DRDOରେ ରିସର୍ଚ୍ଚ ଆସୋସିଏଟ୍‌ ପଦବୀ ଖାଲି, ଏମିତି କରନ୍ତୁ ଆବେଦନ

ନୂଆଦିଲ୍ଲୀ: ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ରିସର୍ଚ୍ଚ ଆସୋସିଏଟ୍‌ ପଦ ପାଇଁ ନୋଟିଫିକେସନ୍‌ ଜାରି କରିଛି। ଏଥିପାଇଁ ଇଚ୍ଛୁକ ଛାତ୍ରଛାତ୍ରୀ ତୁରନ୍ତ ଆବେଦନ କରିବାକୁ ସଂସ୍ଥା ପକ୍ଷରୁ କୁହାଯାଇଛି। ଆବେଦନ କରିବାକୁ ଇଚ୍ଛୁକ ଛାତ୍ରଛାତ୍ରୀ DRDO ର ୱେବସାଇଟ୍‌କୁ ଯାଇ ଲଗ୍‌ଇନ୍‌ କରିପାରିବେ। ଆବେଦନର ଶେଷ ତାରିଖ ୬ ନଭେମ୍ବର,୨୦୧୯ ପର୍ଯ୍ୟନ୍ତ ରହିଛି। ଆବେଦନକାରୀଙ୍କ ଶିକ୍ଷାଗତ ଯୋଗ୍ୟତା ପିଏଚ୍‌ଡି ଡିଗ୍ରୀ ହୋଇଥିବା ଆବଶ୍ୟକ।

ଏହାସହ ପଢନ୍ତୁ: ଏବେ ମାତ୍ର ୫୦ ଟଙ୍କାରେ ଖାଦ୍ୟ ଯୋଗାଇବ ରେଳ ବିଭାଗ

ଖାଲି ପଦବୀ ପାଇଁ ଯୋଗ୍ୟତା

ମୋଟ ପଦବୀ ସଂଖ୍ୟା:୧୦
ପଦ ନାମ:ରିସର୍ଚ୍ଚ ଆସୋସିଏଟ୍‌

ଶିକ୍ଷାଗତ ଯୋଗ୍ୟତା

ଆବେଦନକାରୀଙ୍କ ଶିକ୍ଷାଗତ ଯୋଗ୍ୟତା ପିଏଚ୍‌ଡି ଡିଗ୍ରୀ ହୋଇଥିବା ଆବଶ୍ୟକ।

ବୟସ ସୀମା

ଆସୋସିଏଟ୍‌ ପଦ ପାଇଁ ବୟସ ସୀମା ୩୬ ବର୍ଷ ରହିଥିବା ବେଳେ ରିସର୍ଚ୍ଚ ଫେଲୋ ପଦ ପାଇଁ ୨୮ ବର୍ଷ ରହିଛି।

ଦରମା

ଆସୋସିଏଟ୍‌ଙ୍କ ମାସିକ ଦରମା ୪୦ ହଜାର ଥିବା ବେଳେ ଜେଆର୍‌ଏଫ୍‌ଙ୍କୁ ୨୫ ହଜାର ଟଙ୍କା ଲେଖାଏଁ ଦିଆଯିବ।

ଏମିତି କରନ୍ତୁ ଆବେଦନ

ଆବେଦନ କରିବାକୁ ଚାହୁଁଥିବା ଛାତ୍ରଛାତ୍ରୀ ଅଫିସିଆଲ ୱେବସାଇଟ୍‌କୁ ଯାଇ ରେଜିଷ୍ଟର କରିପାରିବେ।