Below header

୭ ଘଣ୍ଟା ହେଉଛି ଏହି ଫିଲ୍ମର ଟ୍ରେଲର ! ପୂରା ମୁଭି ଦେଖିବାକୁ ହେଲେ ନେବାକୁ ପଡିବ ଏକ ମାସର ଛୁଟି, ଜାଣନ୍ତୁ କେବେ ହେବ ରିଲିଜ୍

ଫିଲ୍ମ ରିଲିଜ୍ ପୂର୍ବରୁ ଟ୍ରେଲର୍ ଆପଣ ନିଶ୍ଚୟ ଦେଖିଥିବେ । ପ୍ରାୟ ଫିଲ୍ମର ଟ୍ରେଲରର ଅବଧି ୩ ରୁ ୪ ମିନିଟ୍ ହୋଇଥାଏ । କିମ୍ବା ଅତିବେଶୀ ହେଲେ ୫ – ୬ ମିନିଟ୍ ହୋଇଥାଏ । ଯଦି ଆମେ କହିବୁ ଗୋଟିଏ ଫିଲ୍ମ ଏମିତି ଅଛି ଯାହାର ଟ୍ରେଲର କିଛି ମିନିଟର ନୁହେଁ ବରଂ ୭ ଘଣ୍ଟାର ତେବେ ନିଶ୍ଚୟ ଆପଣ ହସିବେ ଆମ କଥାରେ । ହସି ପାରନ୍ତି ଆପଣ କିନ୍ତୁ ଏହା ସମ୍ପୂର୍ଣ୍ଣ ସତ । ହେଲେ ଚିନ୍ତା କରନ୍ତୁ ଯଦି ଫିଲ୍ମର ଟ୍ରେଲର୍ ୭ ଘଣ୍ଟାର ତେବେ ପୁରା ଫିଲ୍ମଟି କେତେ ସମୟର ହୋଇଥିବ । ଆସନ୍ତୁ ଜାଣିବା ଏହି ଫିଲ୍ମ ବିଷୟରେ ।

ଏହି ଫିଲ୍ମର ନାଁ ହେଉଛି Ambiance । ପୁରା ଫିଲ୍ମର ଅବଧି ହେଉଛି ୭୨୦ ଘଣ୍ଟା ଅର୍ଥାତ୍ ୩୦ ଦିନ । ଏହାକୁ ସ୍ବିଡେନର ଡାଇରେକ୍ଟର Anders Weberg କରିଛନ୍ତି । ଫିଲ୍ମର କାହାଣୀ ଦୁଇ ଜଣଙ୍କ ଉପରେ ଆଧାରିତ ତାହା ବି ସିଙ୍ଗଲ୍ ସଟରେ । ଫିଲ୍ମର ପ୍ରଥମ ଟିଜର ଆସିଥିଲା ୨୦୧୪ରେ ଯାହା ଥିଲା ୭୨ ମିନିଟର । ତେବେ ଏହାକୁ ଆଖି ଆଗରେ ରଖି କହିବା ଭୁଲ୍ ହେବନି ଯେ ଫିଲ୍ମ ମେକିଙ୍ଗର ସମସ୍ତ ବେଡି ଭାଙ୍ଗି ଦେଇଛନ୍ତି Anders Weberg ।

Ambiance trailerଜାଣି ଆଶ୍ଚର୍ଯ୍ୟ ହେବେ ଏହି କଳା ଧଳା ଫିଲ୍ମରେ ଗୋଟିଏ ବି ଡାଏଲଗ୍ ନାହିଁ । ତେବେ ଯଦି ଆପଣ ଭାବୁଥିବେ ଏହା ବିଶ୍ବର ସବୁଠାରୁ ଲମ୍ବା ଫିଲ୍ମ ବୋଲି ତେବେ ଆପଣ ଭୁଲ୍ ଭାବୁଛନ୍ତି । କାରଣ ୨୦୧୨ରେ ଆସିଥିବା Logistics ହେଉଛି ସବୁଠାରୁ ବଡ଼ ଫିଲ୍ମ । ଯାହାକୁ ସ୍ବିଡେନର ଜଣେ ନିର୍ଦ୍ଦେଶକ ହିଁ ନିର୍ମାଣ କରିଥିଲେ । ଏହି ଫିଲ୍ମର ଅବଧି ଥିଲା ୮୫୭ ଘଣ୍ଟା, ଅର୍ଥାତ୍ ୩୫ ଦିନ ।

ମିଳିଥିବା ସୂଚନା ମୂତାବକ, ୩୧ ଡିସେମ୍ବର ୨୦୨୦ରେ ରିଲିଜ୍ ହେବ ଇଜ୍ଞଭସବଦ୍ଭମର । ରିଲିଜ୍ ହେବା ପରେ ଏହା ବିଶ୍ବର ଦ୍ବିତୀୟ ଲମ୍ବା ଫିଲ୍ମ ହୋଇଯିବ ।

ଦେଖନ୍ତୁ ଏହାର ଟ୍ରେଲର୍ :

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.