ଖାଦ୍ୟ ଗ୍ରହଣ ପରେ ନିଶ୍ଚିତ ଖାଆନ୍ତୁ ୨୦ଗ୍ରାମ ଗୁଡ଼, ଅନେକ ରୋଗରୁ ମିଳିବ ମୁକ୍ତି

ପ୍ରାଚୀନ କାଳରୁ ହିଁ ଗୁଡ଼କୁ ଶରୀର ପାଇଁ ଖୁବ ଲାଭଦାୟକ କୁହାଯାଇଥାଏ। ଯଦି ଆପଣଙ୍କୁ ମିଠା ଖାଇବା ପସନ୍ଦ ତେବେ ନିଜ ଡ଼ାଏଟ ନିଶ୍ଚିତ ସାମିଲ କରନ୍ତୁ ଗୁଡ଼। ସବୁଠାରୁ ଭଲ କଥା ଏହାକୁ ମଧୁମେହ ରୋଗୀ ମଧ୍ୟ ଖାଇପାରିବେ। କାରଣ ଏଥିରେ ଥିବା ଅନରିଫାଇଣ୍ଡ ନେଚୁରାଲ ସୁଗାର ଶରୀରକୁ କୌଣସି ପ୍ରକାରର କ୍ଷତି ପହଞ୍ଚାଇନଥାଏ। ଆୟୁବେଦ ଅନୁଯାୟୀ, ଖାଇବା ପରେ ୨୦ ଗ୍ରାମ ଗୁଡ଼ ଖାଇବା ଦ୍ବାରା ଖାଦ୍ୟ ଭଲ ଭାବେ ପାଚନ ହେବା ସହ ଶରୀରକୁ ଅନେକ ପ୍ରକାରର ଲାଭ ମିଳିଥାଏ। ଆସନ୍ତୁ ଜାଣିବା ଗୁଡ଼ ଦ୍ବାରା କଣ ମିଳେ ଶରୀରରକୁ ଫାଇଦା।

gud

-ଗୁଡ଼ର ସେବନ ଦ୍ବାରା ପେଟ ସମ୍ବନ୍ଧୀୟ ବିଭିନ୍ନ ରୋଗ ଦୂର ହୋଇଥାଏ। ଗ୍ୟାସ, ଏସିଡ଼ିଟି ଏବଂ ପାଚନ ପାଇଁ ଏହା ରାମବାଣ ଭଳି। ଏହାଛଡ଼ା ଗୁଡ଼କୁ ଲୁଣ ଏବଂ କଳାଲୁଣ ସହ ମିଶାଇ ଖାଇବା ଦ୍ବାରା ଆମ୍ବିଳା ହାକୁଟି ହୋଇନଥାଏ। ଏଥିସହ ଖାଇବା ପରେ ଗୁଡ଼ର ସେବନ ପାଚନକ୍ରିୟାକୁ ସକ୍ରିୟ କରିଥାଏ।

-ଗୁଡ଼ର ସେବନ ଦ୍ବାରା ଶରୀରରେ ଉତାପ ଯାତ ହୋଇଥାଏ। ଯାହା ଥଣ୍ଡା ଏବଂ କାଶ ପାଇଁ ବହୁ ଲାଭଦାୟକ ସାବ୍ୟସ୍ତ ହୋଇଥାଏ। ଗୋଲମରିଚ ଏବଂ ଅଦା ସହ ଗୁଡ଼କୁ ମିଶାଇ ଖାଇବା ଦ୍ବାରା ଥଣ୍ଡା, କାଶ , ଗଳା ସମ୍ବନ୍ଧୀୟ ରୋଗ ଏବଂ ତଣ୍ଟି ଜଳାଇବା ଆଦି ସମସ୍ୟା ଦୂର ହୋଇଥାଏ। ଏଥିସହ ଗୁଡ଼ ଏବଂ ରାଶିର ମିଠା ପ୍ରସ୍ତୁତ କରି ମଧ୍ୟ ଆପଣ ସେବନ କରିପାରିବେ।

Ginger

-ଯେଉଁ ଲୋକଙ୍କୁ ନାକ ଜନିତ ସଂକ୍ରମଣ ରୋଗ ହୋଇଥାଏ ତାଙ୍କୁ ସକାଳୁ ଛିଙ୍କ ଏବଂ ନାକ କୁଣ୍ଡାଇ ହେବା ଆଦି ଅସୁବିଧା ହୋଇଥାଏ। ଏହାକୁ ଠିକ୍ କରିବା ପାଇଁ ଖାଲି ପେଟରେ ଏକ ଚାମଚ ଗୁଡ଼ୁଚିମାରିକୁ ଦୁଇ ଚାମଚ ଅଁଳା ରସରେ ମିଶାଇ ଗୁଡ଼ ସହ ସେବନ କରନ୍ତୁ। ଦେଖିବେ ନାକ ଜନିତ ସମସ୍ତ ସମସ୍ୟାରୁ ରକ୍ଷା ମିଳିଯିବ।

jaggery

-ଗୁଡ଼ ଦ୍ବାରା ଆଖି ଜନିତ ସମସ୍ୟା ଦୂର ହେବା ସହ, ଏହା ସହ ତ୍ବଚାରୁ ହାନିକାରିକ ଟକ୍ସିସ୍ ବାହାରି ଯାଇଥାଏ। ଏଥିସହ ସ୍ବାସ୍ଥ୍ୟା ସମନ୍ଧୀୟ ସମସ୍ତ ସମସ୍ୟା ଦୂର ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.